ମାରୁତୀ କମ୍ପାନୀ ଆଡ଼ଭାନ୍ସ ଟେକ୍ନୋଲୋଜି ସହ ନୂଆ ଫିଚର୍‌ରେ କାର୍‌ ଲଞ୍ଚ କରିବାକୁ ଯାଉଛି

ଆଜିକାଲି ଲୋକଙ୍କ ଫ୍ୟାସନ୍‌ କାର୍‌ ଚଲାଇବା । ଘରେ ଘରେ ଦେଖିବାକୁ ମିଳିଛି ଭଳିକି ଭଳିକି ନୂଆ ଷ୍ଟାଇଲ୍‌ର କାର୍‌ । ଏବେ ପୁଣି ମାରୁତି କମ୍ପାନୀ ଆଣି ଦେଇଛି ଧମକାଦାର ନୂଆ ମାରୁତି ସ୍ୱିପ୍ଟ ସ୍ପୋର୍ଟ କାର୍‌ । ଯେଉଁ କାର୍‌କୁ ଖାଲି ଧନୀ ନୁହେଁ ସମସ୍ତେ କିଣିପାରିବେ । ଯେଉଁଥିରେ ଏକ ନୂଆ ଟେକ୍ନୋଲୋଜି ସହିତ ଆପଣ ପାଇପାରିବେ ବେଷ୍ଟ୍‌ ଫିଚର ।

ଆଜିକାଲି ଲୋକଙ୍କ ଫ୍ୟାସନ୍‌ କାର୍‌ ଚଲାଇବା । ଘରେ ଘରେ ଦେଖିବାକୁ ମିଳିଛି ଭଳିକି ଭଳିକି ନୂଆ ଷ୍ଟାଇଲ୍‌ର କାର୍‌। ଏବେ ପୁଣି ମାରୁତି କମ୍ପାନୀ ଆଣି ଦେଇଛି ଧମକାଦାର ନୂଆ ମାରୁତି ସ୍ୱିପ୍ଟ ସ୍ପୋର୍ଟ କାର୍‌ । ଯେଉଁ କାର୍‌କୁ ଖାଲି ଧନୀ ନୁହେଁ ସମସ୍ତେ କିଣିପାରିବେ । ଯେଉଁଥିରେ ଏକ ନୂଆ ଟେକ୍ନୋଲୋଜି ସହିତ ଆପଣ ପାଇପାରିବେ ବେଷ୍ଟ୍‌ ଫିଚର । ଏହାସହ ଏକ ଶକ୍ତିଶାଳୀ ଇଞ୍ଜିନ ମଧ୍ୟ ରହିଛି ।

ମାରୁତି କମ୍ପାନୀ ଯାହା ଅଟୋ ମୋବାଇଲ୍ କ୍ଷେତ୍ରରେ ବର୍ଷ ବର୍ଷ ଧରି ନିଜର ପ୍ରାଧାନ୍ୟ ବଜାୟ ରଖିଛି । ତେବେ ଆମେ କହୁଛୁ ନୂତନ ମାରୁତି ସ୍ୱିପ୍ଟ ସ୍ପୋର୍ଟ ଲଞ୍ଚ ହେବାକୁ ଯାଉଛି । ୨୦୨୪ରେ ମାରୁତି କମ୍ପାନୀ ବିଳାସପୂର୍ଣ୍ଣ ଫିଚର୍‌ ଏବଂ ପ୍ରିମିୟମ୍ ଲୋକମାନଙ୍କ ପାଇଁ ଲଞ୍ଚ କରିବାକୁ ଯାଉଛି ।

ତେବେ ନ୍ୟୁ ମାରୁତି ସ୍ୱିଫ୍ଟ ସ୍ପୋର୍ଟର ଇଞ୍ଜିନ ଏବଂ ମାଇଲେଜ୍ ବିଷୟରେ ଆସନ୍ତୁ ଜାଣିବା । ନୂଆ ମାରୁତି ସ୍ପୋର୍ଟ କାରରେ ହାଇବ୍ରିଡ ଟେକ୍ନୋଲୋଜି ସହିତ ୧.୫ ଲିଟର ଇଞ୍ଜିନ ଦେଖିବାକୁ ପାଇବେ । ଏହା ସହିତ ଏହି କାର ଆପଣଙ୍କୁ ୪୦ ମାଇଲେଜ୍‌ ଦେବାର କ୍ଷମତା ରହିଛି । ଗୋଟିଏ ପଟେ ପେଟ୍ରୋଲ ଡିଜେଲର ମୂଲ୍ୟ କ୍ରମାଗତ ଭାବରେ ବୃଦ୍ଧି ପାଉଛି । ଅନ୍ୟ ପଟେ ବଜାରକୁ ଇଲେକ୍ଟ୍ରି ଗାଡ଼ି ମଧ୍ୟ କମ୍ପାନୀ ଆଣିଛି । କିନ୍ତୁ ମାଇଲେଜ୍ ଦୃଷ୍ଟିରୁ ସ୍ୱିଫ୍ଟ ବର୍ତ୍ତମାନ ଅଧିକ ପ୍ରିମିୟମ୍ ଲୋକମାନଙ୍କ ସହିତ ମାଇଲେଜ୍ ର ରାଜା ହେବାକୁ ଯାଉଛି ।

ତେବେ ଆସନ୍ତୁ ଜାଣିବା ନ୍ୟୁ ମାରୁତି ସ୍ୱିପ୍ଟ୍‌ ସ୍ପୋର୍ଟ କାରର ଦାମ୍‌ ବିଷୟରେ । ଯଦି ଆପଣ ମାରୁତି କମ୍ପାନୀର ନୂତନ ସ୍ୱିପ୍ଟ୍‌ ସ୍ପୋର୍ଟ କାର କିଣିବାକୁ ଯୋଜନା କରୁଛନ୍ତି, ତେବେ ଆଡ଼ଭାନ୍ସ ଟେକ୍ନୋଲୋଜି ସହ ଫିଚର୍‌ ଆଡ୍‌ କରିକି ମାରୁତୀ କମ୍ପାନୀ ଶୀଘ୍ର ବଜାରକୁ କାର୍‌ ଆଣୁଛି । ଯଦି ଆପଣ ଏହି କାର୍‌ କିଣିବାକୁ ଚାହୁଁଛନ୍ତି ତେବେ ଏହି କାର୍‌ର ମୂଲ୍ୟ ପାଖାପାଖି ୭ ଲକ୍ଷ ହେବ ବୋଲି ଚର୍ଚ୍ଚା ହେଉଛି । ପୂର୍ବରୁ ଏହି କମ୍ପାନୀର ଫିଚର ଲୋକଙ୍କ ହୃଦୟରେ ରାଜ୍‌ କରୁଥିବା ବେଳେ ଏବେବି ତା ଦବ୍‌ଦବା ଜାରି ରହିଛି ।

ତେବେ ଏହି ଗାଡ଼ିର ଫିଚର୍‌ ମଧ୍ୟ ଜବରଦସ୍ତ । ନ୍ୟୁ ମାରୁତି ସ୍ୱିଫ୍ଟ ସ୍ପୋର୍ଟ ଗାଡିରେ କମ୍ପାନୀ ଏହାର ଭିତର ଡିଜାଇନ୍କୁ ବିଳାସପୂର୍ଣ୍ଣ ଲୁକ୍ ଦେବାକୁ ଚେଷ୍ଟା କରିଛି । ଏବେ ଆପଣଙ୍କୁ ଜଣାଇଦେଉଛୁ ଯେ ନ୍ୟୁ ମାରୁତି ସ୍ୱିପ୍ଟ ସ୍ପୋର୍ଟ ଗାଡିରେ ଆପଣ ୯ ଇଞ୍ଚର ଟଚ୍ ସ୍କ୍ରିନ୍ ଡିସ୍‌ପ୍ଲେ ପାଇବେ । ଏହା ସହ ୩୬୦ ଡିଗ୍ରୀ କ୍ୟାମେରା ମଧ୍ୟ ପାଇପାରିବେ । ଏହି ଫିଚର୍‌ ଯାହା ପୂର୍ବ ଗାଡିରେ ଉପଲବ୍ଧ ନଥିଲା । କେବଳ ଏତିକି ନୁହେଁ, କମ୍ପାନୀ ପକ୍ଷରୁ ଏହାର ଡିଜାଇନ୍ ପ୍ରିମିୟମ୍ କରିବାକୁ ଜୋରଦାର ଚେଷ୍ଟା କରାଯଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.