ପୁରୀ ଜିଲ୍ଲାପାଳ ଭାବେ ଦାୟିତ୍ବ ନେଲେ ବିଜୟ କୁମାର ଦାଶ, ମହାପ୍ରଭୁଙ୍କ ଆଶୀର୍ବାଦ ନେବା ସହ ସମସ୍ତଙ୍କ ସହଯୋଗ ଲୋଡିଲେ

ପୁରୀ ଜିଲ୍ଲାପାଳ ଭାବେ ଦାୟିତ୍ବ ନେଲେ ବିଜୟ କୁମାର ଦାଶ । ମହାପ୍ରଭୁଙ୍କ ଆଶୀର୍ବାଦ ନେବା ସହ ନୂତନ ଦାୟିତ୍ବ ପାଇଁ ସମସ୍ତଙ୍କ ସହଯୋଗ ଲୋଡିଛନ୍ତି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା କିପରି ଲୋକଙ୍କ ପାଖରେ ପହଂଚିବ ସେନେଇ କାର୍ଯ୍ୟ କରିବେ ବୋଲି କହିଛନ୍ତି ।

ପୁରୀ (କେନ୍ୟୁଜ୍‌) : ପୁରୀ ଜିଲ୍ଲାପାଳ ଭାବେ ଦାୟିତ୍ବ ନେଲେ ବିଜୟ କୁମାର ଦାଶ । ମହାପ୍ରଭୁଙ୍କ ଆଶୀର୍ବାଦ ନେବା ସହ ନୂତନ ଦାୟିତ୍ବ ପାଇଁ ସମସ୍ତଙ୍କ ସହଯୋଗ ଲୋଡିଛନ୍ତି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା କିପରି ଲୋକଙ୍କ ପାଖରେ ପହଂଚିବ ସେନେଇ କାର୍ଯ୍ୟ କରିବେ ବୋଲି କହିଛନ୍ତି । ଏହାସହ ସାଧାରଣ ନିର୍ବାଚନ ଓ ରଥଯାତ୍ରା ଦୁଇଟି ପ୍ରମୁଖ ଦାୟିତ୍ବ ରହିଛି ।

ପୁରୀ ସହର ସମେତ ଜିଲ୍ଲାର ୧୧ଟି ବ୍ଲକରେ ନିୟମିତ ଅଭିଯୋଗ ଶୁଣାଣି କରିବେ । ସମସ୍ତ ପ୍ରକଳ୍ପ ଓ ବିକାଶମୂଳକ କାର୍ଯ୍ୟ ନେଇ ଏକ ସପ୍ତାହ କିମ୍ବା ୧୫ଦିନକୁ ଥରେ ବିଭାଗୀୟ ଅଧିକାରୀଙ୍କ ସହ ବୈଠକ କରିବେ ବୋଲି କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.