Below header

ଜାତୀୟ ମହିଳା ଫୁଟବଲ୍‌ ଦଳର ସହ ପ୍ରଶିକ୍ଷିକା ହେଲେ ଶ୍ରଦ୍ଧାଞ୍ଜଳି ସାମନ୍ତରାୟ

ଭାରତୀୟ ମହିଳା ଫୁଟବଲ୍‌ ଦଳର ପୂର୍ବତନ ଅଧିନାୟିକା ଶ୍ରଦ୍ଧାଞ୍ଜଳି ସାମନ୍ତରାୟଙ୍କୁ ଜାତୀୟ ଯୁବ ଦଳର ସହକାରୀ ପ୍ରଶିକ୍ଷକ ଦାୟିତ୍ବ ମିଳିଛି। ଇନ୍ଦୋରରେ ଆରମ୍ଭ ହେବାକୁ ଥିବା ୧୭ ବର୍ଷରୁ କମ୍ ବାଳିକା ଦଳର ପ୍ରସ୍ତୁତି ଶିବିରରେ ସାମିଲ ହେବାକୁ ଶ୍ରଦ୍ଧାଞ୍ଜଳି ଖେଳାଳି ରଂଜିତା ମହାନ୍ତିଙ୍କ ସହ ଯାତ୍ରା କରିଛନ୍ତି।

ଭାରତୀୟ ମହିଳା ଫୁଟବଲ୍‌ ଦଳର ପୂର୍ବତନ ଅଧିନାୟିକା ଶ୍ରଦ୍ଧାଞ୍ଜଳି ସାମନ୍ତରାୟଙ୍କୁ ପୁଣି ଆଉ ଏକ ଦାୟିତ୍ୱ ମିଳିଛି । ଶ୍ରଦ୍ଧାଞ୍ଜଳିଙ୍କୁ ଜାତୀୟ ଯୁବ ଦଳର ସହକାରୀ ପ୍ରଶିକ୍ଷକ ଦାୟିତ୍ବ ମିଳିଛି। ଚଳିତ ବର୍ଷର ଏଏଫ୍ସି ପ୍ରତିଯୋଗିତା ଏବଂ ବିଶ୍ବକପ୍ ଯୋଗ୍ୟତା ପର୍ଯ୍ୟାୟରେ ଭଲ ପ୍ରଦର୍ଶନ କରିଥିବା ଭାରତୀୟ ଦଳର ଦାୟିତ୍ବ ପରେ ଶ୍ରଦ୍ଧାଞ୍ଜଳି ମଧ୍ୟ ଏବେ ଆତ୍ମବିଶ୍ବାସରେ ରହିଛନ୍ତି।

ଶୁକ୍ରବାର ଠାରୁ ମଧ୍ୟପ୍ରଦେଶର ଇନ୍ଦୋରରେ ଆରମ୍ଭ ହେବାକୁ ଥିବା ୧୭ ବର୍ଷରୁ କମ୍ ବାଳିକା ଦଳର ପ୍ରସ୍ତୁତି ଶିବିରରେ ସାମିଲ ହେବାକୁ ଶ୍ରଦ୍ଧାଞ୍ଜଳି ରାଜ୍ୟର ଅନ୍ୟତମ ଅନ୍ତର୍ଜାତୀୟ ଖେଳାଳି ରଂଜିତା ମହାନ୍ତିଙ୍କ ସହ ଯାତ୍ରା କରିଛନ୍ତି। ରଂଜିତା ଏହି ଦଳର ଗୋଲରକ୍ଷକ ପ୍ରଶିକ୍ଷକ ନିଯୁକ୍ତ ହୋଇଛନ୍ତି। ଏହି ଦୁଇ ପୂର୍ବତନ ଅନ୍ତର୍ଜାତୀୟ ଖେଳାଳି ନାଲକୋରେ ନିଯୁକ୍ତ ଅଛନ୍ତି।

ଗତ ମାର୍ଚ୍ଚରେ ଏଏଫସି ପର୍ଯ୍ୟାୟ ମହିଳା ଫୁଟବଲ ପ୍ରତିଯୋଗିତାରେ ବେଶ୍‌ ଭଲ ପ୍ରଦର୍ଶନ କରି ୧୭ ବର୍ଷରୁ କପ୍‌ ମହିଳା ଫୁଟବଲ ଦଳ ୨୦୨୪ ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟର ଦୁଇଟି ମ୍ୟାଚ୍‌ ଜିତି ନେଇଥିଲା । ଏଥିରେ ମଧ୍ୟ ଶ୍ରଦ୍ଧାଞ୍ଜଳି ଭାରତୀୟ ଦଳର ସହ ପ୍ରଶିକ୍ଷିତା ରହିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.