Below header

କ୍ରିକେଟରୁ ସନ୍ନ୍ୟାସ ନେଲେ ଷ୍ଟୁଆର୍ଟ ବ୍ରଡ, ଶେଷ ମ୍ୟାଚରେ ଅଷ୍ଟ୍ରେଲିଆ ଟିମ୍‌ ଦେଲା ଗାର୍ଡ ଅଫ୍‌ ଅନର: ଭିଡିଓ ଭାଇରଲ

ନିଜ କ୍ୟାରିଅର ଶେଷ ମ୍ୟାଚ୍‌ ଖେଳୁଥିବା ଇଂଲଣ୍ଡର ଷ୍ଟାର ଖେଳାଳି ଷ୍ଟୁଆର୍ଟ ବ୍ରଡଙ୍କୁ ଗାର୍ଡ ଅଫ୍‌ ଅନର ଦେଲା ଅଷ୍ଟ୍ରେଲିଆ ଟିମ୍‌ । ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ମ୍ୟାଚ ସରିବା ପରେ କ୍ରିକେଟର ସମସ୍ତ ଫର୍ମାଟରୁ ସନ୍ନ୍ୟାସ ନେବାକୁ ଘୋଷଣା କରିଛନ୍ତି ଷ୍ଟୁଆର୍ଟ ବ୍ରଡ ।

ଇଂଲଣ୍ଡର ଷ୍ଟାର ବୋଲର ଷ୍ଟୁଆର୍ଟ ବ୍ରଡ୍ କ୍ରିକେଟର ସମସ୍ତ ଫର୍ମାଟରୁ ସନ୍ନ୍ୟାସ ନେବା ପାଇଁ ଘୋଷଣା କରିଛନ୍ତି । ଇଂଲଣ୍ଡ-ଅଷ୍ଟ୍ରେଲିଆ ମଧ୍ୟରେ ଆସେଜ ସିରିଜ ମଧ୍ୟରେ ଏହି ଘୋଷଣା କରିଛନ୍ତି ବ୍ରଡ୍ । ଅଷ୍ଟ୍ରେଲିଆ ବିପକ୍ଷରେ ଓଭାଲ ଗ୍ରାଉଣ୍ଡରେ ସିରିଜର ପଞ୍ଚମ ମ୍ୟାଚ ଖେଳାଯାଉଥିବା ବେଳେ ଏହି ମ୍ୟାଚ ପରେ କ୍ରିକେଟରୁ ଅବସର ନେବା ପାଇଁ ସେ ନିଷ୍ପତ୍ତି ନେଇଛନ୍ତି । ତେବେ ତାଙ୍କ କ୍ରିକେଟ ଜୀବନର ଏହି ଶେଷ ମ୍ୟାଚରେ ଅଷ୍ଟ୍ରେଲିଆ କ୍ରିକେଟ ଟିମ୍ ତାଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରିଛି ।

ରବିବାର ଦିନ ଷ୍ଟୁଆର୍ଟ ଜିମି ଆଣ୍ଡରସନଙ୍କ ସହିତ ଶେଷ ଥର ମଇଦାନରେ ବ୍ୟାଟିଂ କରିବାକୁ ଆସିଥିଲେ । ଏହି ସମୟରେ ଓଭାଲରେ ଥିବା ସମସ୍ତ ଦର୍ଶକ ଖେଳାଳିଙ୍କୁ ଠିଆ ହୋଇ ତାଳି ମାରିଥିଲେ । ଏହା ମଧ୍ୟରେ ଅଷ୍ଟ୍ରେଲିଆ ଖେଳାଳି ବ୍ରଡଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରିଥିଲେ ।

୩୭ ବର୍ଷ ବୟସରେ ବ୍ରଡ ନିଜର ୧୬୭ତମ ଟେଷ୍ଟ ମ୍ୟାଚ ଖେଳୁଥିବା ବେଳେ ଏହି ନିଷ୍ପତ୍ତି ନେଇଛନ୍ତି । ବ୍ରଡ ଟେଷ୍ଟ କ୍ୟାରିୟରର ୬୦୨ ୱିକେଟ ହାସଲ କରିଛନ୍ତି । ତେବେ ଟେଷ୍ଟ କ୍ରିକେଟରେ ୬୦୦ରୁ ଅଧିକ ୱିକେଟ ହାସଲ କରିବାରେ ସେ ଇଂଲଣ୍ଡର ଦ୍ୱିତୀୟ ବୋଲର । ଟେଷ୍ଟ କ୍ରିକେଟରେ ସବୁଠାରୁ ଅଧିକ ଓ୍ଵିକେଟ ନେଇଥିବା ଖେଳାଳି ମୁରଲୀଧରନ(୮୦୦), ଶେନ ଓ୍ଵାର୍ଣ୍ଣ(୭୦୮), ଜେମ୍ସ ଆଣ୍ଡରସନ(୬୯୦), ଅନିଲ କୁମ୍ବଲେ(୬୧୯) ଓ୍ଵିକେଟ ନେଇଛନ୍ତି ।

୨୦୦୭ ମସିହାରେ ଶ୍ରୀଲଙ୍କା ବିପକ୍ଷରେ ଖେଳି କ୍ରିକେଟ ଜଗତରେ ଡେବ୍ୟୁ କରିଥିଲେ ବ୍ରଡ । ତେବେ ୨୦୦୭ ଟି-୨୦ ବିଶ୍ୱକପରେ ଷ୍ଟୁଆର୍ଟ ବ୍ରଡଙ୍କ ବଲରେ ଟିମ୍‌ ଇଣ୍ଡିଆର ଷ୍ଟାର ଖେଳାଳି ଯୁବରାଜ ସିଂ ୬ଟି ଛକା ମାରିଥିଲେ । ଟେଷ୍ଟରେ ୬୦୨, ଦିନିକିଆରେ ୧୭୮ଟି ୱିକେଟ, ଟି-୨୦ ମ୍ୟାଚରୁ ୬୫ଟି ୱିକେଟ ନେଇଛନ୍ତି ବ୍ରଡ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.