ପୁଣି ବାଛୁରୀ ମାରି ଖାଇଲା ବାଘ, ଆତଙ୍କିତ ଲୋକେ

ଆଜି ସକାଳୁ ଗୁହାଳରେ ବାଛୁରୀକୁ ନଦେଖି ଖୋଜାଖୋଜି କରିବା ପରେ ଗାଁ ନିକଟରେ ତାର ମୃତଦେହ ଦେଖିବାକୁ ପାଇଥିଲେ । ଏହି ଘଟଣାର ପାରିପାର୍ଶ୍ୱିକ ସ୍ଥିତି ଓ ପାଦ ଚିହ୍ନରୁ ଏହା ଏକ କଲରାପତରିଆ ବାଘ ବୋଲି ଗାଁ ଲୋକେ ସନ୍ଦେହ କରିଛନ୍ତି । ଏବେ ଗାଁ ଲୋକେ ବାଘ ଆତଙ୍କରେ ଆତଙ୍କିତ ଅଛନ୍ତି । ନୂଆପଡ଼ା ରେଞ୍ଜ ବନବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।.

ନୂଆପଡା(କେନ୍ୟୁଜ୍): ନୂଆପଡାରେ ଥମୁନି ବାଘ ଆତଙ୍କ । ପୁଣି ବାଛୁରୀ ମାରି ଖାଇଲା ବାଘ। ଗୁହାଳରୁ ବାଛୁରୀକୁ ଟାଣି ନେଇ ମାରିଲା ବାଘ । ନୂଆପଡ଼ା ବନବିଭାଗ ରେଞ୍ଜ ଆମାନାରା ସେକ୍ସନ ଅନ୍ତର୍ଗତ ତରିଆମହୁଆଭଟା ଗାଁରେ ଏହି ଘଟଣା ଘଟିଛି ।

ଗାଁର ହୁମନ ନାଏକଙ୍କ ବାଛୁରୀକୁ ଗୁହାଳରୁ ଟାଣି ନେଇ ମାରି ଖାଇ ଦେଇଛି ବାଘ । ଆଜି ସକାଳୁ ଗୁହାଳରେ ବାଛୁରୀକୁ ନଦେଖି ଖୋଜାଖୋଜି କରିବା ପରେ ଗାଁ ନିକଟରେ ତାର ମୃତଦେହ ଦେଖିବାକୁ ପାଇଥିଲେ । ଏହି ଘଟଣାର ପାରିପାର୍ଶ୍ୱିକ ସ୍ଥିତି ଓ ପାଦ ଚିହ୍ନରୁ ଏହା ଏକ କଲରାପତରିଆ ବାଘ ବୋଲି ଗାଁ ଲୋକେ ସନ୍ଦେହ କରିଛନ୍ତି । ଏବେ ଗାଁ ଲୋକେ ବାଘ ଆତଙ୍କରେ ଆତଙ୍କିତ ଅଛନ୍ତି । ନୂଆପଡ଼ା ରେଞ୍ଜ ବନବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.