ସମଗ୍ର ଦୁନିଆରୁ ଅଲଗା ଟ୍ରିଷ୍ଟନ ଦା କୁନ୍ହା ଦ୍ୱୀପ , ବାସ କରନ୍ତି ମାତ୍ର ୨୫୦ ଲୋକ

ସମଗ୍ର ବିଶ୍ୱରୁ ଅଲଗା ହୋଇ ରହିଥିବା ଦ୍ୱୀପର ନାମ ହେଉଛି ଟ୍ରିଷ୍ଟନ ଦା କୁନ୍ହା । ଏହା ଦୁନିଆରୁ ସବୁଠାରୁ ଦୂରରେ ରହିଛି ଯେଉଁଠାରେ ମାତ୍ର କିଛି ଲୋକ ହିଁ ବସବାସ କରୁଛନ୍ତି । ପର୍ତ୍ତୁଗୀଜ ଅନୁସନ୍ଧାନକାରୀମାନେ ଏହାକୁ ୧୫୦୬ ମସିହାରେ ଆବିଷ୍କାର କରିଥିଲେ ।

ଦୁନିଆରେ ଏପରି ଅନେକ ସ୍ଥାନ ଅଛି ଯେଉଁ ସ୍ଥାନକୁ ପର୍ଯ୍ୟଟକମାନେ ଛୁଟି ମନେଇବା ପାଇଁ ଯାଆନ୍ତି । କିଛି ଲୋକ ହିଲ ଷ୍ଟେସନ କିମ୍ବା ସମୁଦ୍ର କୂଳକୁ ଯିବାକୁ ପସନ୍ଦ କରିଥାନ୍ତି ତ ଆଉ କିଛି ଲୋକ ଦ୍ୱୀପ ଯିବାକୁ ପସନ୍ଦ କରିଥାନ୍ତି । ସମୁଦ୍ର ଜଳ ଦ୍ୱାରା ଘେରି ରହିଥିବା ଦ୍ୱୀପର ସୌନ୍ଦର୍ଯ୍ୟ ଭିନ୍ନ ଥାଏ । କିନ୍ତୁ ସୁନ୍ଦର ଦେଖାଯିବା ସହ କିଛି ଦ୍ୱୀପ ବହୁତ ସ୍ୱତନ୍ତ୍ର ଏବଂ ରହସ୍ୟମୟୀ ଥାଆନ୍ତି । ତେବେ ଆମେ ଆପଣଙ୍କୁ ଏପରି ଏକ ରହସ୍ୟମୟୀ ଦ୍ୱୀପ ବିଷୟରେ କହିବୁ ଯାହା ବିଶ୍ୱର ଅନ୍ୟ ସମସ୍ତ ଦ୍ୱୀପ ଠାରୁ ସମ୍ପୂର୍ଣ୍ଣ ଭିନ୍ନ । ତେବେ ଜାଣି ରଖନ୍ତୁ ଏହି ଦ୍ୱୀପରେ ଅଧିକ ଜନସଂଖ୍ୟା ନାହାନ୍ତି । ତେବେ ଏହି ଦ୍ୱୀପର ନାମ କଣ ଏବଂ ଏଠାକୁ କିପରି ଯାଇ ପାରିବେ ଆସନ୍ତୁ ଜାଣିବା ।

ସମଗ୍ର ବିଶ୍ୱରୁ ଅଲଗା ହୋଇ ରହିଥିବା ଦ୍ୱୀପର ନାମ ହେଉଛି ଟ୍ରିଷ୍ଟନ ଦା କୁନ୍ହା । ଏହା ଦୁନିଆରୁ ସବୁଠାରୁ ଦୂରରେ ରହିଛି ଯେଉଁଠାରେ ମାତ୍ର କିଛି ଲୋକ ହିଁ ବସବାସ କରୁଛନ୍ତି । ପର୍ତ୍ତୁଗୀଜ ଅନୁସନ୍ଧାନକାରୀମାନେ ଏହାକୁ ୧୫୦୬ ମସିହାରେ ଆବିଷ୍କାର କରିଥିଲେ । ଏହି ଦ୍ୱୀପ ଦକ୍ଷିଣ ଆଫ୍ରିକାର କେପ ଟାଉନ ଠାରୁ ପାଖାପାଖି ୨୭୮୭ କିଲୋମିଟର ଦୂରରେ ଥିବା ଦକ୍ଷିଣ ଆଟଲାଣ୍ଟିକ ମହାସାଗରରେ ଦୁନିଆ ଠାରୁ ବିଚ୍ଛିନ ହୋଇ ରହିଛି ।

ତେବେ ଏହି ଦ୍ୱୀପରେ ଜନସଂଖ୍ୟା କେତେ ଆସନ୍ତୁ ଜାଣିବା । ୧୮୧୬ ମସିହାରେ, କିଛି ସାଧାରଣ ନାଗରିକଙ୍କ ସହ ବ୍ରିଟିଶ ସୈନିକମାନେ ଏହି ଦ୍ୱୀପକୁ ଆସିଥିଲେ। ଯେଉଁଥିରେ କିଛି ଶିଶୁ ଏବଂ ମହିଳା ମଧ୍ୟ ସାମିଲ ଥିଲେ । ସେଣ୍ଟ ହେଲେନାରୁ ନାପୋଲିଅନ୍ ବୋନାପାର୍ଟଙ୍କୁ ରୋକିବା ପାଇଁ ବ୍ରିଟିଶ ସୈନିକମାନେ ଦ୍ୱୀପରେ ରହୁଥିଲେ । ଯେତେବେଳେ ଅବସ୍ଥା ଠିକ ହୋଇଥିଲା, କିଛି ସୈନିକ ଏବଂ ସେହି ସାଧାରଣ ନାଗରିକ ଦ୍ୱୀପକୁ ସେମାନଙ୍କର ଘର କରିନେଇଥିଲେ । ୨୦୧୮ ସୁଦ୍ଧା, ଏହି ଦ୍ୱୀପରେ ବ୍ରିଟିଶ ଓଭରସିଜ୍ ଟେରିଟୋରୀ ନାଗରିକତ୍ୱ ସହିତ ୨୫୦ ସ୍ଥାୟୀ ବାସିନ୍ଦା ରହିଥିଲେ ।

ଏହି ଦ୍ୱୀପକୁ ଯିବା ପାଇଁ କୌଣସି ଏୟାରଷ୍ଟ୍ରିପ୍ ନାହିଁ, କେବଳ ଡଙ୍ଗା ସାହାଯ୍ୟରେ ଯାତାୟାତ କରିବା ସମ୍ଭବ । ଏହି ଦ୍ୱୀପକୁ ଯିବାକୁ ହେଲେ ଦକ୍ଷିଣ ଆଫ୍ରିକାରୁ ୬ ଦିନ ପର୍ଯ୍ୟନ୍ତ ଯାତ୍ରା କରିବାକୁ ପଡିଥାଏ । ଦ୍ୱୀପର ସୌନ୍ଦର୍ଯ୍ୟ ଅତ୍ୟନ୍ତ ସୁନ୍ଦର । ଏଠାରେ ରହୁଥିବା ଅଧିବାସୀ ଏହି ସ୍ଥାନକୁ ପରିଷ୍କାର କରି ରଖିଥାନ୍ତି । ସମଗ୍ର ଦୁନିଆ ଠାରୁ ଅଲଗା ହୋଇ ଶାନ୍ତିରେ ଜୀବନ ଅତିବାହିତ କରିବା ଏହି ଅଧିବାସୀଙ୍କ ଉଦ୍ଦେଶ୍ୟ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.