Below header

NCRB ରିପୋର୍ଟରେ ଖୁଲାସା: ୨ ବର୍ଷରେ ଦେଶରୁ ୧୩ ଲକ୍ଷରୁ ଅଧିକ ଯୁବତୀ ଏବଂ ମହିଳା ନିଖୋଜ, ପ୍ରଥମରେ ମଧ୍ୟପ୍ରଦେଶ, ଚତୁର୍ଥରେ ଓଡିଶା

୨୦୧୯ରୁ ୨୦୨୧ ମଧ୍ୟରେ ଭାରତରୁ ପ୍ରାୟ ୧୩ ଲକ୍ଷରୁ ଅଧିକ ମହିଳା ଓ ଯୁବତୀ ନିଖୋଜ ରହିଛନ୍ତି । ରାଷ୍ଟ୍ରୀୟ ଅପରାଧ ରେକର୍ଡ ବ୍ୟୁରୋ ରିପୋର୍ଟରେ ଖୁଲାସା ହୋଇଛି । ମଧ୍ୟପ୍ରଦେଶରୁ ସବୁଠୁ ଅଧିକ ରହିଥିବା ବେଳେ ଦ୍ୱିତୀୟ ପଶ୍ଚିମବଙ୍ଗ ଏବଂ ଚତୁର୍ଥରେ ଓଡିଶା ରହିଛି ।

ଦେଶରେ ୨୦୧୯ରୁ ୨୦୨୧ ଭିତରେ ୧୩.୧୩ ଲକ୍ଷରୁ ଅଧିକ ମହିଳା ନିଖୋଜ ହୋଇଯାଇଛନ୍ତି । ଏମାନଙ୍କ ମଧ୍ୟରୁ ଅଧିକ ସଂଖ୍ୟକ ମହିଳା ମଧ୍ୟପ୍ରଦେଶର ବୋଲି ଜଣାପଡିଛି । ଦ୍ୱିତୀୟ ସ୍ଥାନରେ ପଶ୍ଚିମବଙ୍ଗ ଓ ଚତୁର୍ଥ ସ୍ଥାନରେ ଓଡ଼ିଶା ରହିଛି। ଏହା ରାଷ୍ଟ୍ରୀୟ ଅପରାଧ ରେକର୍ଡ ବ୍ୟୁରୋ (NCRB) ଜାରି କରିଛି ।

କେନ୍ଦ୍ର ଗୃହ ମନ୍ତ୍ରଣାଳୟ ରିପୋର୍ଟ ମୁତାବକ, ୨୦୧୯ରୁ ୨୦୨୧ ମଧ୍ୟରେ ୧୮ ବର୍ଷରୁ ଅଧିକ ବୟସ୍କ ୧୦,୬୧,୬୪୮ ମହିଳା ଓ ଏହାଠାରୁ କମ୍ ବୟସ୍କ ୨,୫୧,୪୩୦ ଝିଅ ନିଖୋଜ ହୋଇଯାଇଛନ୍ତି। ମଧ୍ୟପ୍ରଦେଶରେ ଏହି ଦୁଇବର୍ଷ ଭିତରେ ୧, ୬୦, ୧୮୦ ଓ ୩୮,୨୩୪ ଝିଅ ନିଖୋଜ ହୋଇଛନ୍ତି। ପଶ୍ଚିମବଙ୍ଗରେ ୧,୫୬,୯୦୫ ମହିଳା ଓ ୩୬,୩୦୬ ଝିଅ ନିଖୋଜ ହୋଇଛନ୍ତି। ମହାରାଷ୍ଟ୍ରରେ ୧,୭୮,୪୦୦ ମହିଳା ନିଖୋଜ ହୋଇଥିବା ବେଳେ ୧୩୦୩୩ ଝିଅ ନିଖୋଜ ହୋଇଛନ୍ତି।

ଓଡ଼ିଶାରେ ଏହି ୨ ବର୍ଷ ଭିତରେ ୭୦,୨୨୨ ଜଣ ମହିଳା ଓ ୧୬,୬୪୯ ଝିଅ ନିଖୋଜ ହୋଇଛନ୍ତି। ଛତିଶଗଡ଼ରେ ୪୯,୧୧୬ ମହିଳା ଓ ୧୦, ୮୧୭ ଝିଅ ନିଖୋଜ ହୋଇଛନ୍ତି।

ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ସରକାର କହିଛନ୍ତି ଯେ, ଦେଶରେ ମହିଳାଙ୍କ ସୁରକ୍ଷା ନିମେନ୍ତ ଅନେକ ପଦକ୍ଷେପ ନେଇଛନ୍ତି। ଯେପରିକି ଯୌନ ଅପରାଧ ରୋକିବାକୁ ଅପରାଧିକ ଆଇନ(ସଂଶୋଧନ) ଅଧିନିୟମ ୨୦୧୩ । ଏହାଛଡ଼ା ଅପରାଧିକ ଆଇନ(ସଂଶୋଧନ) ଅଧିନିୟମ, ୨୦୧୮ ଅନ୍ତର୍ଗତ ୧୨ ବର୍ଷରୁ କମ୍ ଝିଅଙ୍କୁ ବଳାତ୍କାର ମାମଲାରେ ଦୋଷୀକୁ ମୃତ୍ୟୁ ଦଣ୍ଡ ସହିତ କଠୋର ଦଣ୍ଡ ବ୍ୟବସ୍ଥା କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.