Below header

ପାକିସ୍ତାନ ତରଫରୁ ଖେଳିପାରନ୍ତି ଦୁନିଆର ସବୁଠାରୁ ଲମ୍ବା କ୍ରିକେଟର, ଉଚ୍ଚତା ୭ ଫୁଟ ୬ ଇଞ୍ଚ

ପାକିସ୍ତାନ କ୍ରିକେଟ ଟିମ୍‌ ସବୁବେଳେ ଦ୍ରୁତ ବୋଲରଙ୍କ ପାଇଁ ବେଶ୍‌ ଚର୍ଚ୍ଚିତ। ଆପଣ ହୁଏତ ନୋଟିସ କରିଥିବେ କି, ପାକିସ୍ତାନ କ୍ରିକେଟ ଟିମ୍‌ରେ ଅଧିକାଂଶ ଦ୍ରୁତ ବୋଲର ବହୁତ ଲମ୍ବା ଏବଂ ଚଉଡା ଖେଳାଳି ରହିଥାନ୍ତି। ସୋଏବ ଅଖତର ଠାରୁ ଆରମ୍ଭ କରି ମହମ୍ମଦ ଇରଫାନଙ୍କ ଭଳି ଏମିତି ଅନେକ ବୋଲର ରହିଛନ୍ତି, ଯିଏ ନିଜ ଉଚ୍ଚତା ଯୋଗୁଁ ସମସ୍ତ ବ୍ୟାଟ୍ସମ୍ୟାନଙ୍କ ଟେନସନ ବଢାଇଦିଅନ୍ତି।

ଆଗାମୀ ଦିନରେ ପାକିସ୍ତାନ ତରଫରୁ ବିଶ୍ୱ କ୍ରିକେଟରେ ସବୁଠାରୁ ଲମ୍ବା ଖେଳାଳି ଖେଳୁଥିବା ହୁଏତ ଆପଣ ଦେଖିପାରନ୍ତି। ପାକିସ୍ତାନର ସୁପର ଲିଗ ଟିମ୍‌ ଲାହୋରରେ ମୁଦସ୍ସର ଗୁଜ୍ଜର ନାମକ ଜଣେ ଖେଳାଳି ନାମ ସାମିଲ କରିଛନ୍ତି। ଏହି ଖେଳାଳିଙ୍କ ଉଚ୍ଚତା ୭ ଫୁଟ ୬ ଇଞ୍ଚ ରହିଛି। ଯଦି ଏହି ଖେଳାଳିଙ୍କୁ ପାକିସ୍ତାନ ତରଫରୁ ଖେଳିବାକୁ ସୁଯୋଗ ମିଳେ, ତେବେ ମୁଦସ୍ସର ଗୁଜ୍ଜର କ୍ରିକେଟ ଇତିହାସର ସବୁଠାରୁ ଲମ୍ବା ଖେଳାଳି ହୋଇପାରନ୍ତି।

mudasar

ତାଙ୍କ ବୟସ ୨୧ ବର୍ଷ। ୧୦ ବର୍ଷ ବୟସରେ ହିଁ ମୁଦସ୍ସରଙ୍କ ଉଚ୍ଚତା ୬ ଫୁଟ ଥିଲା। ତାଙ୍କ ଉଚ୍ଚତା ଯୋଗୁଁ ସ୍କୁଲରେ ପିଲାମାନେ ତାଙ୍କୁ ଚିଡାଉ ଥିଲେ। ଏଥିପାଇଁ ସେ ବହୁତ ଚିନ୍ତିତ ମଧ୍ୟ ହୋଇପଡୁଥିଲେ। ଲାହୋର କଲନ୍ଦର୍ସ ଦ୍ୱାରା ଟିମ୍‌ରେ ସିଲେକ୍ଟ କରାଯିବା ପରେ ବହୁତ ଖୁସି ରହିଛନ୍ତି ମୁଦସ୍ସର। ପାକିସ୍ତାନ ପକ୍ଷରୁ ଇଣ୍ଟରନ୍ୟାସନାଲ ମ୍ୟାଚ ଖେଳିବା ତାଙ୍କର ସ୍ୱପ୍ନ ରହିଛି। ମୁଦସ୍ସରଙ୍କ ଘରେ ଏତେ ଉଚ୍ଚତା କାହାର ନାହିଁ ବୋଲି ତାଙ୍କ ମା କହିଛନ୍ତି। ତାଙ୍କ ମା’ଙ୍କ ଉଚ୍ଚତା ୫ ଫୁଟ ୩ଇଞ୍ଚ ରହିଥିବା ବେଳେ ବାପାଙ୍କ ଉଚ୍ଚତା ୫ ଫୁଟ ୬ ଇଞ୍ଚ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.