ଚେହେରାରେ ଚମକ ଆଣିବାକୁ ଚାହୁଁଛନ୍ତିକି, ତେବେ ନିୟମିତ ମାଲିସ କରନ୍ତୁ ହଳଦୀ ଆଇସ କ୍ୟୁବ

ଚେହେରାକୁ ଥଣ୍ଡା କରିବାକୁ ଚାହୁଁଥିଲେ ବା ସ୍କିନ ପୋର୍ସ ଗୁଡିକୁ ଟାଇଟ କରିବାକୁ ଚାହୁଁଥିଲେ ଏଥିପାଇଁ ସବୁଠୁ ଶସ୍ତା ଓ ସରଳ ମାଧ୍ୟମ ହେଉଛି ଆଇସ କ୍ୟୁବର ମସାଜ । ଆପଣ ନିଶ୍ଚିନ୍ତ ରୂପେ ଗୋଲାପ ଜଳ କିମ୍ବା କଞ୍ଚା କ୍ଷୀରରେ ପ୍ରସ୍ତୁତ ଆଇସ କ୍ୟୁବ ବିଷୟରେ ଶୁଣିଥିବେ ବା ଜାଣିଥିବେ । କିନ୍ତୁ ଆଜି ଆମେ ଆପଣଙ୍କୁ ହଳଦୀରେ ପ୍ରସ୍ତୁତ ଆଇସ କ୍ୟୁବ ବିଷୟରେ କହିବାକୁ ଯାଉଛୁ । ଯାହା ଆପଣଙ୍କ ତ୍ୱଚାକୁ ସୁସ୍ଥ ରଖିବା ସହ ଏକ ପ୍ରକାର ଉଜ୍ଜ୍ୱଳତା ମଧ୍ୟ ଆଣିଦେବ । ହଳଦୀ ଆଇସ କ୍ୟୁବ ନିୟମିତ ଭାବରେ ମାଲିସ କରିବା ଦ୍ୱାରା ଚେହେରାରେ ତୋଫା ପଣ ଆସିବା ସହ ଦାଗ ହୀନ ମଧ୍ୟ ହୋଇଥାଏ ।

ତେବେ ପ୍ରଥମେ ଜାଣି ରଖନ୍ତୁ ଏଥିପାଇଁ ଆବଶ୍ୟକ ହେଉଥିବା ସାମଗ୍ରୀ:

– ଅଧା କପ ପାଣି

– ଅଧା କପ କ୍ଷୀର

– ଗୋଟେ ଚାମଚ ମହୁ

– ଗୋଟେ ଚୁଟକୀ ହଳଦୀ

turmeric

କେମିତି କରିବେ ପ୍ରସ୍ତୁତ:

୧. ପ୍ରଥମେ ଏକ ପାତ୍ରରେ ପାଣି, କ୍ଷୀର, ମହୁ, ହଳଦୀକୁ ଭଲ ଭାବରେ ମିଶାଇ ଦିଅନ୍ତୁ ।

୨. ସବୁ ଜିନିଷ ଏକା ସାଥିରେ ମିକ୍ସ ହେଲା ପରେ ଏକ ବରଫ ଟ୍ରେରେ ରଖି ଫ୍ରିଜରେ ରଖି ଦିଅନ୍ତୁ ।

୩. ଆଇସ କ୍ୟୁବ ବସିଗଲେ ନିଜ ଦରକାର ଅନୁଯାୟୀ ବାହାର କରି ବ୍ୟବହାର କରନ୍ତୁ ।

କହିରଖିବା ଉଚିତ ହେବଯେ, ଆଇସ କ୍ୟୁବ ଘଷିବା ଦ୍ୱାରା ଚେହେରାରେ ରକ୍ତ ସଂଚାଳନ ଭଲ ହୋଇଥାଏ । ଏହା ଦ୍ୱାରା ତ୍ୱଚାର ରଙ୍ଗ ସଫା ହେବା ସହ ଏକ ପ୍ରକାର ଆସିଥାଏ । ବରଫ ଖଣ୍ଡ ରକ୍ତ ବାହିକା ଗୁଡିକୁ ଚଞ୍ଚଳ କରିଦେବା ଫଳରେ ଚେହେରାରେ ରକ୍ତ ସଂଚାଳନ ଭଲ ହୋଇପାରେ । ଖାଲି ଏତିକି ନୁହେଁ, ସ୍କିନ ପୋର୍ସ ଗୁଡିକୁ ବି ଏହା ଛୋଟ କରିଦିଏ ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.