Below header

ଆଜି ଆଇପିଏଲରେ ମୁହାଁମୁହିଁ ହେବେ କୋଲକତା ନାଇଟ ରାଇଡର୍ସ ଓ ରାଜସ୍ଥାନ ରୟାଲ୍ସ

ଆଇପିଏଲ୍‌ ସିଜିନର ଆଜିର ମ୍ୟାଚ ମୁକାବିଲାରେ ମୁହାଁମୁହିଁ ହେବେ କୋଲକାତା ନାଇଟ୍ ରାଇଡର୍ସ ଓ ରାଜସ୍ଥାନ ରୟାଲ୍ସ । ରୟାଲ୍ସ ତା’ର ଶେଷ ୨ଟି ମ୍ୟାଚ୍ ଏବଂ ନାଇଟ୍ ରାଇଡର୍ସ କ୍ରମାନ୍ୱୟରେ ୩ଟି ମ୍ୟାଚରେ ପରାଜିତ ହୋଇଛି । ଉଭୟ ଦଳ ଏହି ମ୍ୟାଚ୍ ଜରିଆରେ ବିଜୟଧାରାକୁ ଫେରିବା ପାଇଁ ପ୍ରସ୍ତୁତି କରିଛନ୍ତି ।

ନାଇଟ୍ ରାଇଡର୍ସ ଶେଷ ୩ଟି ମ୍ୟାଚରେ ସୁପର କିଙ୍ଗ୍ସ (୧୮ରନରେ), ରୟାଲ୍ ଚ୍ୟାଲେଞ୍ଜର୍ସ (୩୮ରନରେ) ଏବଂ ଡିଫେଣ୍ଡିଂ ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆନ୍ସ (୧୦ରନରେ) ନିକଟରୁ ହାରିଯାଇଥିଲା । ଉଭୟ ବୋଲିଂ ଓ ବ୍ୟାଟିଂ ବିଭାଗର ବିଫଳତା ଦଳ ପରାଜୟର ମୁଖ୍ୟ କାରଣ ସାଜିଥିଲା । ଅନ୍ୟ ପଟରେ ରୟାଲ୍ସ ଦଳ ୪ଟି ମ୍ୟାଚ୍ ଖେଳି ୧ ବିଜୟ ଓ ୩ ପରାଜୟ ସହ ମୋଟ ୨ପଏଣ୍ଟ ପାଇ ତାଲିକାର ନିମ୍ନ ସ୍ଥାନରେ ରହିଛି । ଦଳ ଶେଷ ୨ଟି ମ୍ୟାଚରେ ରୟାଲ୍ ଚ୍ୟାଲେଞ୍ଜର୍ସ (୧୦ ୱିକେଟରେ) ଏବଂ ସୁପରକିଙ୍ଗ୍ସ (୪୫ରନରେ)ଠୁ ହାରିଯାଇଥିଲା ।

ସମ୍ଭାବ୍ୟ ଏକାଦଶ

ନାଇଟ୍ ରାଇଡର୍ସ: ନିତିଶ ରାଣା, ଶୁବମନ ଗିଲ, ରାହୁଲ ତ୍ରିପାଠୀ, ଇୟନ ମୋର୍ଗାନ (ଅଧିନାୟକ), ସୁନୀଲ ନାରାଏନ୍/ଲୋକି ଫର୍ଗୁସନ, ଦିନେଶ କାର୍ତ୍ତିକ, ଆନ୍ଦ୍ରେ ରସେଲ, ପ୍ୟାଟ୍ କମିନ୍ସ, ଶିବମ ମାଭି/କୁଲଦୀପ ଯାଦବ, ବରୁଣ ଚକ୍ରବର୍ତ୍ତୀ, ପ୍ରସିଦ୍ଧ କ୍ରିଷ୍ଣା ।

ରାଜସ୍ଥାନ ରୟାଲ୍ସ: ଜୋସ ବଟଲର, ମନନ ଭୋରା/ଯସଶ୍ୱୀ ଜୈସ୍ୱାଲ, ସଞ୍ଜୁ ସାମସନ୍(ଅଧିନାୟକ), ଡେଭିଡ ମିଲର, ଶିବମ ଦୁବେ, ରିୟାନ ପରାଗ, ରାହୁଲ ତେୱାତିଆ, କ୍ରିସ୍ ମୋରିସ୍, ଶ୍ରେୟାସ ଗୋପାଲ, ଚେତନ ସକାରିୟା, ମୁସ୍ତାଫିଜୁର ରେହମାନ/ଆଣ୍ଡ୍ରୁ ଟାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.