ଯଦି ଆପଣ ଶାଶୂ ଘରେ ଜଣେ ଭଲ ଗୃହିଣୀ ହେବାକୁ ଯାଉଛନ୍ତି, ତାହେଲେ ଆଜିଠୁ ମାନନ୍ତୁ ଏହି କଥା

ସବୁ ଝିଅ ଚାହାଁନ୍ତି ବିବାହ ପରେ ତାଙ୍କୁ କେବଳ ତାଙ୍କ ସ୍ୱାମୀ ନୁହେଁ ବରଂ ତାଙ୍କ ଶାଶୂ-ଶ୍ୱଶୁର, ଦିଅର-ନଣନ୍ଦଙ୍କ ସ୍ନେହ ଏବଂ ଭଲପାଇବା ବି ମିଳୁ। କିନ୍ତୁ ଜଣେ ଭଲ ଗୃହିଣୀଟେ ହେବା କୌଣସି ଟାସ୍କ ଠାରୁ କମ୍ ନୁହେଁ। ଏକ ସର୍ବଗୁଣ ସମ୍ପନ୍ନ ଗୃହିଣୀ ନିଜ ଗୁଣ, ସ୍ୱଭାବ ଏବଂ ସମ୍ବେଦନଶୀଳତାରେ ଘରକୁ ସ୍ୱର୍ଗ କରିଦିଏ। ଏହି ଯାତ୍ରା ବହୁତ ଲମ୍ବା ହୋଇଥାଏ କିନ୍ତୁ କିଛି କଥା ଏମିତି ଅଛି ଯାହାକୁ ଧ୍ୟାନରେ ରଖି ଆପଣ ସମସ୍ତଙ୍କ ହୃଦୟ ଜିତି ପାରିବେ। ଏମିତିରେ ଆପଣ ବି ଯଦି ଭଲ ଗୃହିଣୀ ହେବାକୁ ସ୍ୱପ୍ନ ଦେଖୁଛନ୍ତି ତାହେଲେ ଏହି ଟିପ୍ସକୁ ଫଲୋ କରନ୍ତୁ।

sasuଭଲ ଗୃହିଣୀଟେ ହେବା ପାଇଁ ପ୍ରଥମେ ନିଜ ଜିନିଷ ପତ୍ରକୁ ଅସଜଡା ନକରି ସଜାଡିକି ରଖନ୍ତୁ। ସବୁବେଳେ ସବୁ ଜିନିଷକୁ ଠିକ ଜାଗାରେ ରଖିବା ଦ୍ୱାରା ଆପଣ ଏକ ସୁଗୃହିଣୀ ହୋଇପାରିବେ।

ଛୋଟ ହୁଅନ୍ତୁ ବା ବଡ ଘରର ସବୁ ସଦସ୍ୟଙ୍କ ଇଚ୍ଛାକୁ ସମ୍ମାନ କରନ୍ତୁ। ତେଣିକି ତାହା ସମସ୍ତଙ୍କ ସାଥିରେ ବସିକି ଖାଦ୍ୟ ଖାଇବା ହେଉ ଅବା ସାଥିରେ ବସି ଟିଭି ଦେଖିବା ହେଉ। ନିଜ ପସନ୍ଦକୁ ଉପରେ ରଖିବା ବଦଳରେ ଅନ୍ୟ ସମସ୍ତଙ୍କ ଇଚ୍ଛାକୁ ସମ୍ମାନ କରନ୍ତୁ। ଏମିତିରେ ଆପଣ ଜଣେ ଭଲ ଗୃହିଣୀଟେ ହୋଇପାରିବେ।

sasuସୁଗୃହିଣୀ ହେବାକୁ ହେଲେ ପ୍ରଥମେ ନିଜ ଜିଦ୍ଦି ଅଭ୍ୟାସକୁ ଛାଡିଦିଅନ୍ତୁ। କାହିଁକିନା ଶାଶୁ ଘରେ ଆପଣଙ୍କୁ ସବୁକିଛି ସମ୍ଭାଳିବାକୁ ପଡିବ।
ଆପଣ ବାପଘରେ କାହା କଥା ନଶୁଣୁଥିଲେ ବି ଶାଶୁ ଘରେ ସମସ୍ତଙ୍କ କଥା ଶୁଣନ୍ତୁ। କାହା ସହ ଯୁକ୍ତି କରନ୍ତୁନାହିଁ।

ଯଦି କଥା କେବେ ଆପଣଙ୍କ ସ୍ୱଭାବ ବିରୁଦ୍ଧରେ ଆସୁଛି ତାହେଲେ ସେଠି ଆପଣ ଚୁପ୍ ରୁହନ୍ତୁନି। ନା କହିବା ଆବଶ୍ୟକ ନାହିଁ। ତେବେ ଗୋଟେ କଥା ମନେ ରଖନ୍ତୁ ଆପଣଙ୍କ ନା ଦ୍ୱାରା କାହାକୁ ଯେମିତି କଷ୍ଟ ନହେଉ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.