Below header

ବାଜିଲା ବିଶ୍ବର ସର୍ବବୃହତ କ୍ରୀଡା ମହାକୁମ୍ଭର ବିଗୁଲ, ଉଦ୍‌ଘାଟନୀ ସମାରୋହରେ ଭାଗ ନେଲେ ଭାରତର ୧୯ ଜଣ ଖେଳାଳି

ବାଜିଛି ବିଗୁଲ୍‌ । ଆରମ୍ଭ ହୋଇଛି ବିଶ୍ୱର ସବୁଠାରୁ ଶ୍ରେଷ୍ଠ ଓ ସର୍ବବୃହତ୍ତ କ୍ରୀଡ଼ା ମହାକୁମ୍ଭ । ଜାପାନର ରାଜଧାନୀରେ ଆରମ୍ଭ ହୋଇଛି ଟୋକିଓ ଅଲିମ୍ପିକ୍ସ । ଉଦ୍‌ଘାଟନୀ ସମାରୋହରେ ଭାଗ ନେଇଥିଲେ ଭାରତର ୧୯ ଜଣ ଖେଳାଳି ଏବଂ ୬ ଜଣ ଅଧିକାରୀ । ମାର୍ଚ୍ଚପାଷ୍ଟରେ ଭାରତର ପତାକା ଧରିଥିଲେ ପୁରୁଷ ହକି ଦଳ ଅଧିନାୟକ ମନପ୍ରୀତ ସିଂହ ଓ ବକ୍ସର ଏମ୍‌ ସି ମାରିକମ୍‌ । ଏଥର କୋଭିଡ୍‌ ପାଇଁ ଉଦଘାଟନୀ ସମାରୋହରେ କମ୍‌ ଖେଳାଳି ଅଂଶଗ୍ରହଣ କରିଛନ୍ତି ।

ଆୟୋଜିତ ସମାରୋହରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍‌ ମାକ୍ରୋନ୍‌ ଉପସ୍ଥିତ ଥିଲେ । ଏଥିସହ ଆମେରିକାର ପ୍ରଥମ ଲେଡି ଜିଲ୍‌ ବିଡେନଙ୍କ ସମେତ ପ୍ରାୟ ୯୫୦ ଜଣ ଷ୍ଟାଣ୍ଡରେ ଉପସ୍ଥିତ ଥିଲେ । ଆଜିଠୁ ଆରମ୍ଭ ହୋଇଥିବା କ୍ରୀଡ଼ା ମହାକୁମ୍ଭ ଅଗଷ୍ଟ ୮ ତାରିଖରେ ଉଦଯାପନୀ ସମାରୋହ ଆୟୋଜନ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.