ଜାଣନ୍ତୁ ଶ୍ରାବଣ ମାସରେ କଣ କରିବେ ଆଉ କଣ ନକରିବେ

ଚଳିତ ବର୍ଷର ଶ୍ରାବଣ ମାସ ଆସନ୍ତା ଜୁଲାଇ ୨୫ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଶ୍ରାବଣର ପ୍ରଥମ ମାସ ସୋମବାର ଜୁଲାଇ ୨୬ ତାରିଖରେ ପଡ଼ିବାକୁ ଯାଉଛି । ଏହି ମାସରେ ମହାଦେବଙ୍କର ବିଶେଷ ପୂଜାର୍ଚ୍ଚନା କରାଯାଏ । ଭୋଳାବାବାଙ୍କ ଭକ୍ତ ମାନେ ତାଙ୍କୁ ପ୍ରସନ୍ନ କରିବା ପାଇଁ ଭକ୍ତ ମାନେ ସାରା ମାସ ଚେଷ୍ଟା କରିଥାନ୍ତି | ଏହି ଦିନରେ କିଛି ବିଶେଷ କାର୍ଯ୍ୟ କରିବାକୁ ଶୁଭ ଧରାଯାଏ । ଯେବେକି କିଛି କାର୍ଯ୍ୟ କରିବାକୁ ବାରଣ କରାଯାଏ । ଶ୍ରାବଣ ମାସରେ ଆପଣଙ୍କ ଦ୍ୱାରା କରାଯାଉଥିବା ସମସ୍ତ ପୂଜାର୍ଚ୍ଚନା ଭଗବାନ ଶିବଙ୍କ ଉପରେ କେନ୍ଦ୍ରିତ ହେବା ଉଚିତ । ଏହି ମାସରେ ପ୍ରତିଦିନ ଭଗବନ ଶିବଙ୍କୁ ଜଳ ଅର୍ପଣ କରିବା ଉଚିତ । ଯଦି ଆପଣ ପ୍ରତିଦିନ ଜଳ ଦାନ କରିପାରୁନାହାନ୍ତି ତାହେଲେ ସୋମବାର ମନ୍ଦିର ଯାଇ ମହାଦେବଙ୍କୁ ଚନ୍ଦନ ତିଳକ ଲଗାନ୍ତୁ । ପୁଷ୍ପ ଅର୍ପଣ କରନ୍ତୁ ଆଉ ଜଳ ଚଢାନ୍ତୁ । ଏମିତି କରିବା ଦ୍ୱାରା ଜୀବନ ସୁଖମୟ ହୋଇଥାଏ ।
ଏହି ମାସରେ ନିଜ ଖାଦ୍ୟପେୟ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ । ହାଲୁକା ଭୋଜନ ଗ୍ରହଣ କରନ୍ତୁ । ଭୋଜନରେ ଏମିତି ଖାଦ୍ୟ ସାମିଲ କରନ୍ତୁ ଯାହା ଶୀଘ୍ର ହଜମ ହୋଇଯାଉଥିବ । କାରଣ ଏହି ଋତୁରେ ଆମ ପାଚନ ତନ୍ତ୍ର ଖୁବ ଧୀର ଗତିରେ କାମ କରିଥାଏ । ଯଦି ଏ ପ୍ରତି ଧ୍ୟାନ ଦିଆନଯାଏ ତେବେ ସ୍ୱାସ୍ଥ୍ୟ ଖରାପ ହୋଇଯାଏ । ଶ୍ରାବଣ ମାସରେ କୀଟ ପତଂଗଙ୍କ ସଂଖ୍ୟା ପୂର୍ବାପେକ୍ଷା ବଢିଯାଏ । ଯାହାକି ଘରେ ନକାରାତ୍ମକ ଶକ୍ତି ବଢ଼ାଇଥାଏ । ତେଣୁ ଯେତେଦୂର ସମ୍ଭବ ଘରର ଆଖପାଖ ସଫାସୁତୁରା ରଖିବା ଉଚିତ । ଏହି ଦିନ ନିଜ ଘରେ ସୁଗନ୍ଧିତ ଧୂପ ଲଗାନ୍ତୁ । ଏଥିରେ ଆପଣଙ୍କ ଘରର ବାତାବରଣ ଶୁଦ୍ଧ ହୋଇଥାଏ । ପୁରା ମାସରେ ଥରେ “ଓଁ ନମଃ ଶିବାୟ” ମନ୍ତ୍ର ଜପ କରନ୍ତୁ । ଏହା ଦ୍ୱାରା ଜୀବନର ସମସ୍ତ କଷ୍ଟ ଦୂର ହୋଇଥାଏ ।
ଯେଉଁ ମାନେ ଦୀର୍ଘ ସମୟ ଧରି କୌଣସି ରୋଗରେ ଆକ୍ରାନ୍ତ ଥାନ୍ତି ସେମାନେ ନିହାତି ଭାବରେ ଏହି ମାସରେ ଗୋଟିଏ ଦିନ ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପିବା ଉଚିତ । ଘରକୁ କୌଣସି ଜଣେ ପଣ୍ଡିତଙ୍କୁ ଡାକି ଜପ କରନ୍ତୁ । ଶ୍ରାବଣରେ ଯେତେ ଦୂର ସମ୍ଭବ ଆମିଷ ଖାଦ୍ୟ ଠାରୁ ଦୁରେଇ ରୁହନ୍ତୁ । ଯେଉଁମାନେ ଆମିଷ ଖାଉଥାନ୍ତି ସେମାନେ ଟିକେ କମ କରିଦେବା ଉଚିତ । ଏହା ଦ୍ୱାରା ପେଟ ଓ ସ୍ୱାସ୍ଥ୍ୟ ଉଭୟ ସୁସ୍ଥ ରୁହନ୍ତି ।