Below header

ପ୍ରତିଶୃତି ରକ୍ଷା କଲେ ନବୀନ, କୋଭିଡ଼ରେ ପ୍ରାଣ ହରାଇଥିବା ୧୭ କର୍ମଜୀବୀ ସାମ୍ବାଦିକଙ୍କୁ ମିଳିଲା ୨ କୋଟି ୫୫ ଲକ୍ଷ ଟଙ୍କାର ସହାୟତା

କେନ୍ୟୁଜ୍(ବ୍ୟୁରୋ):  ପ୍ରତିଶୃତି ରକ୍ଷା କଲେ ରାଜ୍ୟ ସରକାର । କରୋନାରେ ପ୍ରାଣ ହରାଇଥିବା ସାମ୍ବାଦିକଙ୍କ ପରିବାରଙ୍କ ଯେଉଁ ୧୫ ଲକ୍ଷ ଟଙ୍କାର ଅନୁକମ୍ପା ମିଳିବା ନେଇ ଘୋଷଣା କରିଥିଲେ ତାହାକୁ ଆଜି ମଞ୍ଜୁର କରିଛନ୍ତି।କୋଭିଡ଼ ମହାମାରୀରେ ବିଗତ ଦିନରେ ପ୍ରାଣ ହରାଇଥିବା   ୧୭ ଜଣ କର୍ମଜୀବୀ ସାମ୍ବାଦିକଙ୍କ ପରିବାର  ପାଇଁ ୨ କୋଟି ୫୫ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ।  । ସାମ୍ବାଦିକ କଲ୍ୟାଣ ପାଣ୍ଠିରୁ ଏହି ଅର୍ଥ ରାଶି ପ୍ରଦାନ କରାଯିବ । ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।  ୧୭ ଜଣ ସାମ୍ବାଦିକଙ୍କ ମଧ୍ୟରୁ ଏହିମାନେ ପାଇବେ ସହାୟତା ।

latter

  • ପ୍ରଦୀପ କିଶୋର ସାହୁ, ସମ୍ବାଦ, ଗଞ୍ଜାମ
  • ଗୋବିନ୍ଦ ବେହେରା, ଟିଭି ନିଉଜ (ୱେବ), ଗଞ୍ଜାମ
  • କିଶୋର ଚନ୍ଦ୍ର ଦାଶ, ସମାଜ, ଗଞ୍ଜାମ
  • ନରେଶ କୁମାର ବେହେରା, ଓଡ଼ିଶା ଫାଇଲ୍ସ, ଗଞ୍ଜାମ
  • ରତ୍ନାକର ମହାରଣା, କଳିଙ୍ଗ ଜ୍ୟୋତି, ଗଂଜାମ
  • ନୀଳୟ ରଂଜନ ପଟ୍ଟନାୟକ, ବ୍ଲକ ପ୍ରତିନିଧି, ଗଞ୍ଜାମ
  • କରୁଣାକର ସାହୁ, ଅନୁପମ ଭାରତ, ଗଞ୍ଜାମ
  • ମାନସ ଜୟପୁରିଆ, ଜିଓଡ଼ିଶା, ଭୁବନେଶ୍ୱର
  • ବସନ୍ତ ଦାସ, ମୁକ୍ତବୃତ୍ତି ସାମ୍ବାଦିକ , ଭୁବନେଶ୍ୱର
  • ବିଜୟନ ଲକ୍ଷ୍ମୀ ମହାନ୍ତି, ଆଜିକାଲି, ଭୁବନେଶ୍ୱର
  • ପ୍ରୀତିମାନ ମହାପାତ୍ର, ଟାଇମ୍ସ ଅଫ୍ ଇଣ୍ଡିଆ, ଭୁବନେଶ୍ୱର
  • ଶୁଭ୍ରାଂଶୁ ଶେଖର ମିଶ୍ର, ସମ୍ବାଦ, ବଲାଙ୍ଗୀର
  • ଯତୀଶ ଚନ୍ଦ୍ର ଖମାରୀ, ସମ୍ବାଦ, ବଲାଙ୍ଗୀର
  • କୈଳାଶ ଚନ୍ଦ୍ର ସାହୁ, ପ୍ରଗତିବାଦୀ, ବଲାଙ୍ଗୀର
  • ଅଶୋକ କୁମାର ସାହୁ, ମନ୍ଥନ, ଯାଜପୁର
  • ପ୍ରଭାତ କୁମାର ରାଉତରାୟ, ଲୋକ ସଂପର୍କ, ଯାଜପୁର
  • ଭାନୁପ୍ରକାଶ ରଥ, ନକ୍ଷତ୍ର ଟିଭି, କଳାହାଣ୍ଡି

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.