Below header

ଶ୍ରୀଲଙ୍କା ଆଗରେ ୨୨୬ ରନ୍‌ର ବିଜୟଲକ୍ଷ୍ୟ ରଖିଲା ଟିମ୍‌ ଇଣ୍ଡିଆ

କଲମ୍ବୋ : ତୃତୀୟ ଦିନିକିଅ ଆନ୍ତର୍ଜାତିକ ମ୍ୟାଚ୍‌ରେ ଭାରତ ଅଲ୍‌ଆଉଟ୍‌ ହୋଇଗଲା । ଏହି ବର୍ଷା ବାଧାପ୍ରାପ୍ତ ମ୍ୟାଚ୍‌ରେ ଭାରତର ତାର ସବୁଯାକ ଓ୍ଵିକେଟ୍‌ ହରାଇ କରିଛି ୨୨୫ ରନ୍‌ । ୨୩ ଓଭର୍‌ ପରେ ବର୍ଷା ଯୋଗୁଁ ଖେଳରେ ବାଧା ସୃଷ୍ଟି ହୋଇଥିଲା । ତେଣୁ ଓଭର ସଂଖ୍ୟା ୪୭କୁ କମାଇ ଦିଆଯାଇଥିଲା । ହେଲେ ଭାରତୀୟ ଦଳ ୪୩.୧ ଓଭରରେ ୨୨୫ ରନ କରି ଅଲ୍‌ଆଉଟ୍‌ ହୋଇଗଲା । ଫଳରେ ଶ୍ରୀଲଙ୍କା ଆଗରେ ରହିଛି ୨୨୬ ରନ୍‌ର ଟାର୍ଗେଟ୍‌ । ଏହା ପରେ ଖେଳ ଆରମ୍ଭ କରି ଶ୍ରୀଲଙ୍କା ୩ ଓଭର ସୁଦ୍ଧା କୌଣସି ଓ୍ଵିକେଟ୍‌ ନହରାଇ ୨୦ ରନ୍‌ କରିଛି । 

ଭାରତ ପକ୍ଷରୁ ଓପ୍ନର ପୃଥ୍ଵୀ ସ ୪୯, ସଞ୍ଜୁ ସାମସନ୍‌ ୪୬ ଏବଂ ସୂର୍ଯ୍ୟ କୁମାର ଯାଦବ ୪୦ ରନ୍‌ ସ୍କୋର କରିଥିଲେ । ଆଉ କାହାଠାରୁ ଭଲ ସ୍କୋର ଦେଖିବାକୁ ମିଳି ନଥିଲା । ଶ୍ରୀଲଙ୍କା ପକ୍ଷରୁ ଅକିଲା ଧନଞ୍ଜୟ ଓ ପ୍ରବୀଣ ଜୟବିକ୍ରମା ୩ଟି ଲେଖାଏଁ ଓ୍ଵିକେଟ୍‌ ନେଇଛନ୍ତି । ଦୁଷ୍ମନ୍ତ ଚାମିରାଙ୍କୁ ମିଳିଛି ୨ଟି ସଫଳତା ।

ଭାରତ ପ୍ରଥମ ଥର ଏହି ସିରିଜ୍‌ରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନେଇଥିଲା । ତେବେ ଅଧିନାୟକ ତଥା ଓପ୍ନର ଶିଖର ଧବନ ମାତ୍ର ୧୩ ରନ୍‌ କରି ଆଉଟ୍‌ ହୋଇଥିଲେ । ସେହିପରି ଶେଷ ଭାଗ ବ୍ୟାଟ୍‌ସମ୍ୟାନ୍‌ ଆଜି ବିଶେଷ କମାଲ କରି ପାରିନଥିଲେ । ଏହି ସିରିଜ୍‌ର ପ୍ରଥମ ଦୁଇଟି ମ୍ୟାଚ୍‌ ଜିତି ଭାରତୀୟ ଦଳ ସିରିଜ୍‌ ବିଜୟୀ ହୋଇ ସାରିଛି । ତେଣୁ ଆଜି ମ୍ୟାଚ୍‌ର ଫଳାଫଳ ଦଳ ପାଇଁ କିଛି ଫରକ ଆଣିବ ନାହିଁ ।

SCORE-1

SCORE-2

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.