Below header

ଧଳାବଲ କ୍ରିକେଟରୁ ବିରାଟ କୋହଲିଙ୍କ ସାମୟିକ ବିରତି

ଧଳାବଲ କ୍ରିକେଟରୁ ବିରାଟ କୋହଲିଙ୍କ ସାମୟିକ ବିରତି।  ଡିସେମ୍ବରରେ ଭାରତୀୟ ଟିମର ଦକ୍ଷିଣ ଆଫ୍ରିକା ଗସ୍ତ କାର୍ଯ୍ୟକ୍ରମ ରହିଛି । ଏହି ଗସ୍ତ ସମୟରେ ଭାରତୀୟ ଦଳ ଏକ ପୂର୍ଣ୍ଣାଙ୍ଗ ସିରିଜ୍ ଖେଳିବ । ତିନଟି ଟି୨୦, ତିନିଟି ଦିନିକିଆ ଏବଂ ଦୁଇଟି ଟେଷ୍ଟ ମ୍ୟାଚ୍ ଖେଳିବ ଟିମ୍ ଇଣ୍ଡିଆ ।

କେନ୍ୟୁଜ(ବ୍ୟୁରୋ) : ଧଳାବଲ କ୍ରିକେଟରୁ ବିରାଟ କୋହଲିଙ୍କ ସାମୟିକ ବିରତି।  ଡିସେମ୍ବରରେ ଭାରତୀୟ ଟିମର ଦକ୍ଷିଣ ଆଫ୍ରିକା ଗସ୍ତ କାର୍ଯ୍ୟକ୍ରମ ରହିଛି । ଏହି ଗସ୍ତ ସମୟରେ ଭାରତୀୟ ଦଳ ଏକ ପୂର୍ଣ୍ଣାଙ୍ଗ ସିରିଜ୍ ଖେଳିବ । ତିନଟି ଟି୨୦, ତିନିଟି ଦିନିକିଆ ଏବଂ ଦୁଇଟି ଟେଷ୍ଟ ମ୍ୟାଚ୍ ଖେଳିବ ଟିମ୍ ଇଣ୍ଡିଆ ।

ତେବେ ବିରାଟ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯିବାକୁ ଥିବା ଟି୨୦ ଓ ଦିନିକିଆରେ ନ ଖେଳିବାକୁ ବିସିସିଆଇକୁ ଜଣାଇଛନ୍ତି । ଏହି ଗସ୍ତରେ ଖେଳାଯିବାକୁଥିବା ଦୁଇଟି ଟେଷ୍ଟ ମ୍ୟାଚ ଖେଳିବେ ବିରାଟ । ଧଳାବଲ କ୍ରିକେଟରେ ବିରାଟ ବର୍ତ୍ତମାନ ଜବରଦସ୍ତ ଫର୍ମରେ ରହିଛନ୍ତି । ନିକଟରେ ଶେଷ ହେଇଥିବା ଦିନିକିଆ ବିଶ୍ୱକପରେ ସେ ସର୍ବାଧିକ ରନ ସଂଗ୍ରହ କରିଥିଲେ।

କୋହଲି ଟି-୨୦ରୁ ନିଜକୁ ଦୂରେଇ ରଖିଛନ୍ତି । ତେବେ ଦିନିକିଆରେ ଖେଳିବା ଜାରି ରଖିଛନ୍ତି । ତେଣୁ ଦକ୍ଷିଣ ଆଫ୍ରିକା ସହ ଦିନିକିଆ ସିରିଜରୁ ଓହରି ଯିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ସେହିପରି ଅଧିନାୟକ ରୋହିତ ଶର୍ମା ମଧ୍ୟ ଏପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକା ଗସ୍ତରେ ଯିବେ କି ନାହିଁ ସ୍ପଷ୍ଟ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.