ରାଜାରାଣୀ ଏକ୍ସପ୍ରେସ ପାଇଖାନା ଭିତରୁ ଝୁଲନ୍ତା ମୃତଦେହ ଉଦ୍ଧାର

ରାଜାରାଣୀ ଏକ୍ସପ୍ରେସରୁ ଝୁଲନ୍ତା ମୃତଦେହ ଉଦ୍ଧାର। ଗତକାଲି ରାତିରେ ରାଜାରାଣୀ ଏକ୍ସପ୍ରେସରୁ ଓଡ଼ିଶା ରେଲୱେ ପୋଲିସ୍ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରିଥିବା ଜଣାପଡିଛି । ମୃତଦେହଟି ପାଇଖାନା ଭିତରୁ ଉଦ୍ଧାର କରାଯାଇଛି ।

ଭୁବନେଶ୍ୱର (କେନ୍ୟୁଜ): ରାଜାରାଣୀ ଏକ୍ସପ୍ରେସରୁ ଝୁଲନ୍ତା ମୃତଦେହ ଉଦ୍ଧାର। ଗତକାଲି ରାତିରେ ରାଜାରାଣୀ ଏକ୍ସପ୍ରେସରୁ ଓଡ଼ିଶା ରେଲୱେ ପୋଲିସ୍ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରିଥିବା ଜଣାପଡିଛି । ମୃତଦେହଟି ପାଇଖାନା ଭିତରୁ ଉଦ୍ଧାର କରାଯାଇଛି ।

ବ୍ୟକ୍ତି ଜଣଙ୍କ ଝୁଲନ୍ତା ଅବସ୍ଥାରେ ଥିବା ବେଳେ ରେଳରେ ଯାଉଥିବା ଜଣେ ଯାତ୍ରୀ ପ୍ରଥମେ ଏହାକୁ ଦେଖିବାକୁ ପାଇଥିଲେ  ଏବଂ ତୁରନ୍ତ ଏନେଇ ରେଲୱେ ପୋଲିସକୁ ଖବର ଦିଆଯାଇଥିଲା । ପୋଲିସ ମୃତ ଶରୀରକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଛି। ତେବେ ମୃତ ବ୍ୟକ୍ତି ଜଣଙ୍କର କୌଣସି ପରିଚୟ ମିଳି ପାରିନାହିଁ । ଏପଟେ  ମୃତ ବ୍ୟକ୍ତିଙ୍କ ମୃତ୍ୟୁକୁ ନେଇ ରେଲୱେ ପୋଲିସ୍ ସବୁ ଦିଗରୁ ତଦନ୍ତ ଜାରି ରଖିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.