ଦୁଇ ପୁଅଙ୍କୁ ଅନାଥ କରି ଅଫେରା ରାଇଜକୁ ଚାଲିଗଲେ, ସୂତା ମିଲରେ କାମ କରିବା ବେଳେ ଚାଲିଗଲା ଜୀବନ

ବନଦେବୀଙ୍କ ମୃତ୍ୟୁରେ ପୂରା ପରିବାର ଭାଙ୍ଗି ପଡ଼ିଛି । ପରିବାର ଲୋକଙ୍କ ଦେଖାଶୁଣା କରିବା ପାଇଁ ଆଉ କେହି ନାହାନ୍ତି । ଯଦି ଏହି ପରିବାରକୁ ସରକାରଙ୍କ ତରଫରୁ କିଛି ସାହାଯ୍ୟ ମିଳନ୍ତା ତେବେ ଏମାନେ ଉପକୃତ ହୁଏନ୍ତେ ବୋଲି ଗ୍ରାମବାସୀ କହିଛନ୍ତି ।

କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ ଦାଣ୍ଡ । କାନ୍ଦି କାନ୍ଦି ଆଖିରୁ ଲୁହ ଶୁଖୁନି । ଦାଦନ ଖଟିବାର ମିଳିଲା କରୁଣ ପରିଣତି । ଘର ଚଳେଇବା ପାଇଁ ସୁଦୂର ତାମିଲାନାଡ଼ୁକୁ ଯାଇଥିଲେ, କିନ୍ତୁ ଘରକୁ ଫେରିଲା ମର ଶରୀର । ଗରିବ ଖଟିଖିଆ ମହିଳା ଥିଲେ । ରୋଜଗାର କରି ଘରକୁ ଟଙ୍କା ପଠାଇଲେ ଘର ଚଳୁଥିଲା । କିନ୍ତୁ ସମସ୍ତଙ୍କୁ ପର କରି ଅଫେରା ରାଇଜକୁ ଚାଲିଗଲେ ସେ । ତେବେ ମହିଳାଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରି ପାରୁ ନାହାନ୍ତି ପରିବାର ଲୋକେ । ଦୁଇ ପୁଅଙ୍କ ଭବିଷ୍ୟତକୁ ଦେଖି ଦାଦନ ଖଟିବାକୁ ଯାଇଥିଲେ । କିନ୍ତୁ କିଏ ଜାଣିଥିଲେ ପିଲା ଦୁହିଁଙ୍କ ମୁଣ୍ଡରୁ ବାପା ମା’ ଦୁଇ ଜଣଙ୍କ ହାତ ଉଠିଯିବ । ଏବେ ଅନାଥ ହୋଇଗଲେ ଦୁଇ ପୁଅ ।

ସୂଚନା ମୁତାବକ ତାମିଲନାଡ଼ୁରେ ପ୍ରବାସୀ ଓଡ଼ିଆ ମହିଳା ଶ୍ରମିକଙ୍କ ମୃତ୍ୟୁ ହୋଇଛି । ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ସିଙ୍ଗାଖୁଣ୍ଟା ସିନ୍ଧୁଆ ଗ୍ରାମର ସ୍ୱର୍ଗତ ପ୍ରଫୁଲ୍ଲ ସିଂଙ୍କ ସ୍ତ୍ରୀ ୪୫ ବର୍ଷିୟ ବନଦେବୀ ସିଂ ତାମିଲନାଡୁର ରାଜଧାନି ଚେନ୍ନlଇ ଠାରୁ ଟ୍ରେନରେ ୮ ଘଣ୍ଟା ରାସ୍ତା ଇରଡ ଜଙ୍କସନ୍ ଭୋପଡାଇ ଷlଠିଏ ଗଡ଼ରେ ଥିବା ଏଜେଟି ସୂତା ମିଲରେ ତିନି ବର୍ଷ ଧରି କାମ କରୁଥିଲେ । ଗତ ଗୁରୁବାର ବନଦେବୀ ଅସୁସ୍ଥ ହୋଇ କାର୍ଯ୍ୟ କରୁଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିଲା । ତେବେ ଘଟଣା ସମ୍ପର୍କରେ ଜାଣିବା ପରେ ସିନ୍ଧୁଆ ଅଞ୍ଚଳର ସାରଥୀ ସିଂ ସମେତ ଚlରି ଜଣ ଯୁବକ ଯେଉଁମାନେ ଚେନ୍ନାଇରେ କାର୍ଯ୍ୟ କରୁଥିଲେ, ସେମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ । ବନଦେବୀଙ୍କ ମୃତ୍ୟୁ ଖବର ପାଇ ଏଜେଟି ସୂତା ମିଲରେ ପହଞ୍ଚିଥିଲେ ସିନ୍ଧୁଆ ଗାଁର ୪ ଯୁବକ । ପରେ ବନଦେବୀଙ୍କ ମର ଶରୀରକୁ ଧରି ସିନ୍ଧୁଆକୁ ଫେରିଥିଲେ ।

ବନଦେବୀଙ୍କ ମୃତ୍ୟୁରେ ପୂରା ପରିବାର ଭାଙ୍ଗି ପଡ଼ିଛି । ପରିବାର ଲୋକଙ୍କ ଦେଖାଶୁଣା କରିବା ପାଇଁ ଆଉ କେହି ନାହାନ୍ତି । ଯଦି ଏହି ପରିବାରକୁ ସରକାରଙ୍କ ତରଫରୁ କିଛି ସାହାଯ୍ୟ ମିଳନ୍ତା ତେବେ ଏମାନେ ଉପକୃତ ହୁଏନ୍ତେ ବୋଲି ଗ୍ରାମବାସୀ କହିଛନ୍ତି ।

ପୂର୍ବରୁ ସ୍ୱାମୀଙ୍କର ମୃତ୍ୟୁ ହୋଇଥିବାବେଳେ ବର୍ତ୍ତମାନ ବନଦେବୀଙ୍କ ମୃତ୍ୟୁ ହୋଇଛି । ବର୍ତ୍ତମାନ ଦୁଇ ପୁଅ ବାପା ମା’ ଛେଉଣ୍ଡ ହୋଇଯାଇଛନ୍ତି । ତେବେ ବନଦେବୀଙ୍କୁ ହରାଇ ପରିବାର ଲୋକ ସମ୍ପୂର୍ଣ୍ଣ ବେସାହାରା ହୋଇ ଯାଇଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.