Below header

ୱେଷ୍ଟଇଣ୍ଡିଜ ସିରିଜ ପୂର୍ବରୁ ଜିମ୍‌ରେ ଝାଳ ବୁହାଉଛନ୍ତି କୋହଲି, ଏପଟେ ଫ୍ୟାନ୍ସ କରୁଛନ୍ତି ଟ୍ରୋଲ

ଭାରତୀୟ ଟିମ୍‌ ଜୁଲାଇ ୧୨ ତାରିଖରୁ ୱେଷ୍ଟଇଣ୍ଡିଜରେ ଟେଷ୍ଟ ସିରିଜ ଖେଳିବ । ତା’ ପରେ ଦିନିକିଆ ଏବଂ ଟି-୨୦ ମ୍ୟାଚ୍‌ ଖେଳିବ । ଟିମ୍‌ ଇଣ୍ଡିଆ ୨ଟି ଟେଷ୍ଟ, ୩ ଟି ଦିନିକିଆ ଏବଂ ୫ଟି ଟି-୨୦ ମ୍ୟାଚ୍‌ ଖେଳିବ । ଏଥିପାଇଁ ଜିମରେ ୱାର୍କଆଉଟ୍‌ କରୁଛନ୍ତି ବିରାଟ କୋହଲି ।

WTC ଫାଇନାଲ ହାରିବାରେ ଟିମ୍‌ ଇଣ୍ଡିଆ ୱେଷ୍ଟଇଣ୍ଡିଜ ବିପକ୍ଷରେ ସିରିଜ ଖେଳିବ । ୧୨ ଜୁଲାଇରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ମ୍ୟାଚ ଖେଳିବ ଭାରତ । ଟିମ୍‌ ଇଣ୍ଡିଆ ୨ଟି ଟେଷ୍ଟ, ୩ଟି ଦିନିକିଆ ଏବଂ ୫ଟି ଟି୨୦ ମ୍ୟାଚ୍‌ ଖେଳିବ । ତେବେ ଏହି ସିରିଜକୁ ନେଇ ଖେଳାଳିମାନେ ପ୍ରସ୍ତୁତ ଜୋରସୋରରେ କରିଛନ୍ତି ।  ବିରାଟ କୋହଲି ସୋସିଆଲ ମିଡିଆରେ ଜିମ୍‌ର ଏକ ଭିଡିଓ ପୋଷ୍ଟ କରିଥିଲେ । ଭିଡିଓ ଭାଇରଲ ହେବା ପରେ ଫ୍ୟାନ୍ସ ବିରାଟ କୋହଲିଙ୍କୁ ଟ୍ରୋଲ କରୁଛନ୍ତି ।

କୋହଲି ଇନଷ୍ଟାଗ୍ରାମରେ ୨ଟି ଭିଡିଓ ଏବଂ ଫଟୋ ପୋଷ୍ଟ କରିଛନ୍ତି ।  ଏହା ସହିତ କ୍ୟାପସନ ଲେଖିଛନ୍ତି ‘ବାହାନା ଖୋଜ ନଚେତ ଉନ୍ନତ ହେବାକୁ ଚେଷ୍ଟ କର’ । ଏହି ଭିଡିଓରେ ବିରାଟ ଜିମ୍‌ ଭିତରେ ବ୍ୟାୟାମ କରୁଥିବାର ଦେଖିବାକୁ ମିଳିଛି ।

ଏହି ପୋଷ୍ଟରେ ଅନେକ ଲାଇକ୍‌ ଏବଂ କମେଣ୍ଟ ମିଳିଛି । ବିରାଟ ଏହି ଭିଡିଓକୁ ଇନଷ୍ଟାଗ୍ରାମରେ ସେୟାର କରିଥିଲେ । ଲୋକେ ତାଙ୍କ ଫିଟନେସ ଏବଂ କଠିନ ପରିଶ୍ରମକୁ ପ୍ରଶଂସା କରୁଥିବା ବେଳେ ଆଉ କେତେକ ଫ୍ୟାନ୍ସ ତାଙ୍କୁ ଟ୍ରୋଲ କରୁଛନ୍ତି । କିଛି ୟୁଜର କମେଣ୍ଟ କରି କହୁଛନ୍ତ, ସବୁକିଛି ଠିକ୍‌ ଅଛି, କିନ୍ତୁ ଆଇସିସି ଟାଇଟଲ କେବେ ଜିତିବ ? ଆଉ ଜଣେ ଲେଖିଛନ୍ତି, କ’ଣ ଫାଇଦା ଜିମର । ଯଦି ସର୍ଟ ଅଫ ସାଇଡ ବଲରେ ମାରିବ ।

କୋହଲି ଅଷ୍ଟ୍ରେଲିଆ ବିପକ୍ଷ WTC ଫାଇନାଲରେ ପ୍ରଥମ ପାଳିରେ କେବଳ ୧୪ ରନ୍‌ କରିଥିଲେ । ଆଉ ଦ୍ବିତୀୟ ପାଳିରେ ୪୯ ରନ୍‌ କରି ଆଉଟ୍ ହୋଇଥିଲେ ।

ସୂଚନାଯୋଗ୍ୟ, ଭାରତୀୟ ଟିମ୍‌ ଜୁଲାଇ ୧୨ ତାରିଖରୁ ୱେଷ୍ଟଇଣ୍ଡିଜରେ ଟେଷ୍ଟ ସିରିଜ ଖେଳିବ । ତା’ ପରେ ଦିନିକିଆ ଏବଂ ଟି-୨୦ ମ୍ୟାଚ୍‌ ଖେଳିବ । ଟିମ୍‌ ଇଣ୍ଡିଆ ୨ଟି ଟେଷ୍ଟ, ୩ ଟି ଦିନିକିଆ ଏବଂ ୫ଟି ଟି-୨୦ ମ୍ୟାଚ୍‌ ଖେଳିବ । ଏହାପରେ ଜୁଲାଇ ୨୭ରୁ ଦିନିକିଆ ଏବଂ ଅଗଷ୍ଟ ୩ରୁ ଟି-୨୦ ମ୍ୟାଚ ଖେଳିବ । ତେବେ ଏହାପୂର୍ବରୁ କୌଣସି ମ୍ୟାଚ୍‌ ନ ଥିବାରୁ ଖେଳାଳି ଏବେ କିଛି ସମୟ ବ୍ରେକ ନେଇ ନିଜ ପରିବାର ସହିତ ସମୟ ଅତିବାହିତ କରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.