Below header

WWE ଦୁନିଆରୁ ବିଦାୟ ନେଲେ ଟ୍ରିପଲ ଏଚ୍‌; ଆଉ କରିବେ ନାହିଁ କୁସ୍ତି!

ଜଣାଶୁଣା WWE ଷ୍ଟାର ଟ୍ରିପଲ ଏଚ୍‌ (Triple H) ସନ୍ନ୍ୟାସ ନେବାକୁ ଘୋଷଣା କରିଛନ୍ତି। ଏଣିକି ସେ ଆଉ ରିଙ୍ଗ୍‌ରେ ବିରୋଧୀମାନଙ୍କ ସହିତ ପଙ୍ଗା ନେଉଥିବାର ଦେଖାଯିବେ ନାହିଁ। ଟ୍ରିପଲ ଏଚ୍‌ ଇଏସ୍‌ପିଏନର ଫାର୍ଷ୍ଟ ଟେକ୍‌ ଶୋ’ରେ ଷ୍ଟିଫେନ ସ୍ମିଥ୍‌ଙ୍କୁ ଦେଇଥିବା ଇଣ୍ଟରଭ୍ୟୁରେ ଏ ନେଇ ସୂଚନା ଦେଇଛନ୍ତି। ନିକଟରେ ଟ୍ରିପଲ ଏଚ୍‌ଙ୍କର ହାର୍ଟ ଅପରେଶନ ହୋଇଥିଲା।

ଇଣ୍ଟରଭ୍ୟୁରେ ସେ କହିଛନ୍ତି, ‘ମୁଁ ବହୁତ କିଛି କରି ସାରିଛି। ଆଉ କୁସ୍ତି କରିବି ନାହିଁ। ଏହି ନିଷ୍ପତ୍ତି ସ୍ୱୀକାର କରିବା କଷ୍ଟକର। ଏହା ଆପଣଙ୍କୁ ଜୀବନ ବିଷୟରେ ଭିନ୍ନ ଚିନ୍ତା କରିବାକୁ ବାଧ୍ୟ କରିଥାଏ। ଆପଣ କରୁଥିବା ଜିନିଷଗୁଡ଼ିକ ପାଇଁ ଏହା ଆପଣଙ୍କୁ କମ୍‌ ପ୍ରେରଣା ଦିଏ ନାହିଁ, କିନ୍ତୁ ଏହା ନିଶ୍ଚିତ ରୂପେ ସେହି ଜିନିଷଗୁଡ଼ିକର ପ୍ରଶଂସା କରିଥାଏ, ଯାହା ଆପଣଙ୍କ ପାଖରେ ଅଧିକ ରହିଛି। ମୁଁ ସେହି ୧-ୟାର୍ଡ ଲାଇନ୍‌ରେ ଥିଲି, ଯେଉଁଠି ଆପଣ ରହିବାକୁ ଚାହାଁନ୍ତି ନାହିଁ’।

ଆମେରିକାର ନ୍ୟୁ ହ୍ୟାମ୍ପ୍‌ଶାୟରରେ ଜନ୍ମିତ ଟ୍ରିପଲ ଏଚ୍‌ଙ୍କର ପ୍ରକୃତ ନାମ ପଲ୍‌ ମାଇକେଲ ଲେଭେସ୍କ୍ୟୁ। ସେ ନିଜ ରେସ୍‌ଲିଂ ବା କୁସ୍ତି କ୍ୟାରିୟର ୧୯୯୨ରେ IWF (ଇଣ୍ଟରନ୍ୟାଶନାଲ ରେସ୍‌ଲିଙ୍ଗ ଫେଡେରେଶନ)ରୁ ଆରମ୍ଭ କରିଥିଲେ। ଏଠାରେ ତାଙ୍କୁ ‘ଟେରା ରାଇଜିଙ୍ଗ୍‌’ ନାମ ଦିଆଯାଇଥିଲା। କିନ୍ତୁ ୧୯୯୫ରେ WWE ଦୁନିଆରେ ପାଦ ରଖିବା ପରେ ତାଙ୍କୁ ନୂଆ ନାମ ‘ହଣ୍ଟର ହର୍ଟସ୍‌ ହେଲ୍ମସ୍ଲେ’ ମିଳିଥିଲା। ଏହି ନାମର ପ୍ରଥମ ୩ ଇଂଲିଶ ଅକ୍ଷର ସମାନ ଥିବା କାରଣରୁ ଲୋକେ ତାଙ୍କୁ ‘ଟ୍ରିପଲ ଏଚ୍‌’ ନାମରେ ଜାଣିବାକୁ ଲାଗିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.