ପ୍ରଥମ ଦିନରେ ଦର୍ଶକଙ୍କ ମନ ଛୁଇଁଛି RRR ଫିଲ୍ମ, ୧୮ କୋଟିରୁ ଖାତା ଖୋଲଛି

ଏସଏସ ରାଜାମୌଲିଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ RRR ଶେଷରେ ରିଲିଜ୍ ହୋଇଛି। । ବାହୁବଳୀ-୨ ପରେ ରାଜାମୌଲିଙ୍କ ବଡ ବଜେଟ୍ ଏବଂ ସୁପରଷ୍ଟାର୍ସଙ୍କୁ ନେଇ ନିର୍ମିତ ଏହି ଫିଲ୍ମକୁ ଦେଖିବା ପାଇଁ ଦର୍ଶକ ଅନେକ ଦିନରୁ ଚାହିଁ ବସିଥିଲେ।। ରିଲିଜ୍ ହେବା ମାତ୍ରେ ଏହି ଫିଲ୍ମ କିଛି ଘଣ୍ଟାରେ ଧମାଲ କରିଛି।

RRRର ପ୍ରଥମ ଦିନର ପ୍ରଥମ ସୋ’ ଦେଖିବା ପରେ ପ୍ରଶଂସକ ଫିଲ୍ମକୁ ପ୍ରଶଂସା କରୁଛନ୍ତି। ସବୁ ଆଡେ ଫିଲ୍ମ ଏବଂ ଏହାର ଷ୍ଟାରକାଷ୍ଟକୁ ଖୁବ୍ ପ୍ରଶଂସା କରାଯାଉଛି।ଇଣ୍ଡିଆରେ ପ୍ରଥମ ଦିନ ଏହା ୧୮ କୋଟି ଟଙ୍କାର ରୋଜଗାର କରିସାରିଛି।

ଏକ ରିପୋର୍ଟ ଅନୁଯାୟୀ, ଫିଲ୍ମ RRR ପ୍ରଥମ ତିନି ଦିନରେ ୫୯ କୋଟିରୁ ଅଧିକ ଆଡଭାନ୍ସ ବୁକିଂ ହୋଇ ସାରିଛି। ଏଥିରେ କେବଳ ତେଲୁଗୁ ଭର୍ସନରେ ୪୯ କୋଟିର ଆଡଭାନ୍ସ ବୁକିଂ ରହିଥିବା ବେଳେ ହିନ୍ଦୀ ଭର୍ସନରେ ୭ ରୁ ୮ କୋଟି ଆଡଭାନ୍ସ ବୁକିଂ ହୋଇଥିବା ଦାବି କରାଯାଇଛି।

ପ୍ରଥମ ଦିନରୁ ହିଁ ସିନେମାଘରେ ଯେମିତି ଦର୍ଶକଙ୍କ ଭିଡ ଦେଖିବାକୁ ମିଳିଛି, ସେଥିରୁ ସ୍ପଷ୍ଟ ଯେ ଫିଲ୍ମ ବଡ କଲେକ୍ସନ କରିବାକୁ ଯାଉଛି। କେବଳ ଏତିକି ନୁହେଁ ଆମେରିକାରେ ପ୍ରିମିୟର ସୋ’ ରେ ଏ ପର୍ଯ୍ୟନ୍ତ ଫିଲ୍ମଟି ୨୨ କୋଟି ଆୟ କରି ସାରିଛି। ଏଥିସହ ଏମିତି ସଫଳତା ହାସଲ କରିବାରେ RRR ପ୍ରଥମ ଭାରତୀୟ ଫିଲ୍ମ ହୋଇ ପାରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.