Below header

ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ଜଣେ ମୃତ, ୩ ଆହତ

ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣଙ୍କର ମୃତ୍ୟୁ ହୋଇଛି ଓ ୩ ଜଣ ଆହତ ହୋଇଥିବା ଜଣାଯାଇଛି | ଘଟଣା ଘଟିଛି ଜି ଉଦୟଗିରି ଏବଂ ରାଇକିଆ ମୂଖ୍ୟ ରାସ୍ତା ଲିଙ୍ଗାଗଡ ପଞ୍ଚାୟତ ନିଲୁଙ୍ଗିଆ ବୁଲାଣିରେ |

ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣଙ୍କର ମୃତ୍ୟୁ ହୋଇଛି ଓ ୩ ଜଣ ଆହତ ହୋଇଥିବା ଜଣାଯାଇଛି | ଘଟଣା ଘଟିଛି ଜି ଉଦୟଗିରି ଏବଂ ରାଇକିଆ ମୂଖ୍ୟ ରାସ୍ତା ଲିଙ୍ଗାଗଡ ପଞ୍ଚାୟତ ନିଲୁଙ୍ଗିଆ ବୁଲାଣିରେ | ସୂଚନା ଅନୁଯାଇ, ଏକ ହୋଣ୍ଡା ବାଇକ୍ ଜି ଉଦୟଗିରିକୁ ଯାଉଥିବା ବେଳେ ଜି ଉଦୟଗିରି ଠାରୁ ଆଉ ଏକ ବାଇକ୍ ରାଇକିଆ ଫେରୁଥିଲା |

ତେବେ କୌଣସି କାରଣରୁ ଦୁଇ ବାଇକ ମୁହାଁମୁହିଁ ଧକ୍କା ହୋଇଥିଲା। ଆହତଙ୍କୁ ଆମ୍ବୁଲାନ୍ସ ଯୋଗେ ଜି ଉଦୟଗିରି ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଯାଇଥିଲା | ସେଠାରେ ଡାକ୍ତର ଜଣକୁ ମୃତ ଘୋଷଣା କରିଥିଲେ। ଆହତଙ୍କ ଚିକିତ୍ସା ଚାଲିଛି | ଘଟଣାସ୍ଥଳରେ ଜି ଉଦୟଗିରି ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.