Below header

ପେଟ୍ରୋଲ ପମ୍ପ ଭିତରେ ବାଇକ୍‌କୁ ଚାପି ଦେଲା ଟ୍ରକ୍‌, ନାବାଳିକା ମୃତ

ନୟାଗଡ଼ (କେ ନ୍ୟୁଜ୍‌) : ପେଟ୍ରୋଲ ପମ୍ପ ଭିତରେ ବାଇକ୍‌କୁ ଚାପି ଦେଲା ଟ୍ରକ୍‌ । ଘଟଣା ସ୍ଥଳରେ ୯ ବର୍ଷର ବାଳିକାର ମୃତ୍ୟୁ । ଗତକାଲି ସ୍ଥାନୀୟ ରିଲାୟନ୍ସ ପେଟ୍ରୋଲ ପମ୍ପରେ ଟ୍ରକ୍‌ ଡ୍ରାଇଭର୍‌ର ବେପରଓ୍ଵା ଗାଡ଼ି ଚାଳନା ଯୋଗୁଁ ଏହି ଦୁର୍ଘଟଣା ଘଟିଛି । ବାଇକ୍‌ରେ ପେଟ୍ରୋଲ ପକାଇ ଲାଠିପଡ଼ାର ଏକ ପରିବାର ବାହାରିବା ବେଳେ ପେଟ୍ରୋଲ ପମ୍ପ ଭିତରକୁ ପ୍ରବେଶ କରୁଥିବା ଟ୍ରକ୍‌ଟି ତାଙ୍କ ଉପରେ ମାଡ଼ି ଯାଇଥିଲା । ଫଳରେ ସେଠାରେ ଝିଅର ମୃତ୍ୟୁ ଘଟିଥିବା ବେଳେ ବାପା ଓ ପୁଅ ଗୁରୁତର ଭାବେ ଆହତ ହୋଇଥିଲେ । ସେମାନଙ୍କୁ ଚିକିତ୍ସା ପାଇଁ ପ୍ରଥମେ ନୟାଗଡ଼ ଡାକ୍ତରଖାନା ଓ ପରେ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଥିଲା । ଦୁର୍ଘଟଣା ଘଟାଇବା ପରେ ତୁରନ୍ତ ଟ୍ରକ୍‌ଟି ଫେରାର ହୋଇଯାଇଥିଲା । ପୋଲିସ୍‌ ଘଟଣାର ତଦନ୍ତ କରୁଛି । ଏହି ଦୁର୍ଘଟଣା ପେଟ୍ରୋଲ ପମ୍ପରେ ଲାଗିଥିବା ସିସିଟିଭିରେ କଏଦ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.