Below header

ମୈଦାନରେ ଛୋଟ ପିଲାଙ୍କ ସହ ରେସ୍ ଲଗାଇଲେ ଧୋନୀ, ଭାଇରାଲ୍ ହେଉଛି CUTE VIDEO

ଗତକାଲି ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗସର ଆଉ ଏକ ଚମତ୍କାର ବିଜୟ ଦେଖିବାକୁ ମିଳିଥିଲା । କିଙ୍ଗ୍ସ ଇଲେଭେନ୍ ପଞ୍ଜାବକୁ ୨୨ ରନରେ ପରାସ୍ତ କରିଛି ଚେନ୍ନାଇ ସୁପର କିଙ୍ଗ୍ସ । ତେବେ ଚେନ୍ନାଇ ସୁପରକିଙ୍ଗ୍ସ ମ୍ୟାଚ୍ ଜିତିବା ପରେ ସାମ୍ନାକୁ ଆସିଛି ଧୋନୀଙ୍କ ଏକ ଭିଡିଓ । ଯେଉଁଥିରେ ଦେଖିବାକୁ ମିଳିଛି ସାଥୀ ଖେଳାଳୀଙ୍କ ପିଲାଙ୍କ ସହ ରେସ୍ ଲଗାଉଛନ୍ତି ମାହି ।

ପୁରସ୍କାର ସମାରୋହ ପରେ ଅଷ୍ଟ୍ରେଲିଆର ଅଲରାଉଣ୍ଡର ସେନ୍ ୱାଟସନ୍ ଏବଂ ଦକ୍ଷିଣ ଅଫ୍ରିକାର ସ୍ପିନର୍ ଇମରାନ୍ ତାହିରଙ୍କ ପୁଅ ପଡିଆରେ ଖେଳୁଛନ୍ତି । ଉଭୟ ରେସ୍ ଲଗାଇବା ପରେ ୱାଟସନଙ୍କ ନିକଟକୁ ଆସୁଛନ୍ତି । ଏବଂ ପରସ୍ପର ମଧ୍ୟରେ କିଛି କଥା ହେଉଛନ୍ତି । ଏହି ସମୟରେ ଧୋନୀ ହଠାତ୍ ଆସି ଦୌଡୁଛନ୍ତି ଏବଂ ତାଙ୍କ ସହ ପିଲା ଦୁଇ ଜଣ ମଧ୍ୟ ଦୌଡିବାକୁ ଲାଗୁଛନ୍ତି । ଶେଷରେ ତାହିରଙ୍କ ପୁଅକୁ କୋଳରେ ଉଠାଇ ଦୌଡୁଛନ୍ତି ଧୋନୀ । ଏହି ଭିଡିଓଟି ଖୁବ୍ କ୍ୟୁଟ୍ ହେବା ସହ ଫ୍ୟାନ୍ସଙ୍କ ମନ ଜିଣିନେଇଛି ।

ଦେଖନ୍ତୁ ଭିଡିଓ :

ତେବେ ଏହା ପ୍ରଥମ ଥର ନୁହେଁ ଏହା ପୂର୍ବରୁ ମଧ୍ୟ ଧୋନୀଙ୍କ ଏପରି ଅନେକ ଭିଡିଓ ସାମ୍ନାକୁ ଆସିଛି । କିଛି ଦିନ ତଳେ ଦେଖିବାକୁ ମିଳିଥିଲା ଜଣେ ଧୋନୀ ପ୍ରଥମେ ଫ୍ୟାନଙ୍କୁ ଦୌଡାଇଲେ ଏବଂ ପରେ ଆଲିଙ୍ଗନ କଲେ । ଯାହା ସୋସିଆଲ୍ ମିଡିଆରେ ବେଶ୍ ଭାଇରାଲ୍ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.