୭୭ତମ ଜନ୍ମ ଦିନରେ ଏମିତି ନାଚିଲେ ‘ଜମ୍ପିଂ ଜ୍ୟାକ୍’ ଜିତେନ୍ଦ୍ର

ବଲିଉଡ୍ର ବିଗତ ଦିନର ସବୁଠାରୁ ହ୍ୟାଣ୍ଡସମ୍ ନାୟକ ଥିଲେ ଜିତେନ୍ଦ୍ର । ଏବେ ସେ ଆଉ ଅଭିନୟ କ୍ଷେତ୍ରରେ ନାହାନ୍ତି । ତେବେ ୧୯୬୦ରୁ ୧୯୯୦ ଯାଏ ଜିତେନ୍ଦ୍ର ଅନ୍ୟତମ ସୁପରଷ୍ଟାର ଭାବେ ଜଣାଶୁଣା ଥିଲେ । ଅନେକ ହିରୋଇନ୍ଙ୍କ ସହ ତାଙ୍କର ଯୋଡ଼ି ସୁପରହିଟ୍ ହୋଇଛି ।
କ୍ୟାରିୟର୍ର ଶେଷ ଭାଗରେ ଶ୍ରୀଦେବୀଙ୍କ ସହିତ ତାଙ୍କ ଯୋଡ଼ି ଖୁବ୍ ଜମିଥିଲା । ନିଜର ବଢ଼ିଆ ଡ୍ୟାନ୍ସ ପାଇଁ ଜିତେନ୍ଦ୍ରଙ୍କୁ ‘ଜମ୍ପିଂ ଜ୍ୟାକ୍’ ନାଁ ମିଳିଥିଲା । ତେବେ ପରବର୍ତ୍ତୀ ସମୟରେ ଜିତେନ୍ଦ୍ର ଅଭିନୟ କ୍ଷେତ୍ରରୁ ଧୀରେ ଧୀରେ ଦୂରେଇ ଗଲେ । କେବଳ ପ୍ରଯୋଜନାରେ ରହିଯାଇଛନ୍ତି । ଅନ୍ୟପକ୍ଷରେ ତାଙ୍କ ଝିଅ ଏକତା କପୁର ଉଭୟ ଟେଲି ଦୁନିଆ ଓ ଫିଲ୍ମ ଦୁନିଆରେ ଜଣେ ପ୍ରସିଦ୍ଧ ନିର୍ମାତା ଭାବେ ବେଶ୍ ସକ୍ରିୟ ଅଛନ୍ତି । ସେହିପରି ପୁଅ ତୁଷାର କପୁର ବି ଅଭିନୟ କରୁଛନ୍ତି ।
ଆଜି ହେଉଛି ଜିତେନ୍ଦ୍ରଙ୍କର ୭୭ତମ ଜନ୍ମ ଦିନ । ୧୯୪୨ ମସିହାରେ ଜନ୍ମ ହୋଇଥିବା ଜିତେନ୍ଦ୍ରଙ୍କ ପ୍ରକୃତ ନାମ ହେଉଛି ରବି କପୁର । ସେ ଫିଲ୍ମ ଦୁନିଆକୁ ଆସିବା ପରେ ତାଙ୍କ ନାମ ପରିବର୍ତ୍ତନ କରାଯାଇଥିଲା । ଜନ୍ମଦିନକୁ ତାଙ୍କ ପିଲାମାନେ ଖୁବ୍ ଧୁମ୍ଧାମ୍ରେ ପାଳନ କରିଛନ୍ତି । ଏହି ଅବସରରେ ଜିତେନ୍ଦ୍ର ନିଜ ପତ୍ନୀ ଶୋଭାଙ୍କ ସହ ଡ୍ୟାନ୍ସ କରିଥିଲେ । ଅବଶ୍ୟ ଫିଲ୍ମରେ ଖୁବ୍ ସୁନ୍ଦର ଡ୍ୟାନ୍ସ କରୁଥିବା ଜିତେନ୍ଦ୍ରଙ୍କ ସହ ଶୋଭା ତାଳ ମିଳାଇ ପାରି ନଥିଲେ । ତେବେ ସେହି ନୃତ୍ୟର ଭିଡିଓକୁ ଏକତା କପୁର ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଫିଲ୍ମ ‘ନମକ ହଲାଲ’ର ଯଓ୍ଵାନୀ ଜାନେମନ୍ .. ଗୀତର ଧୁନ୍ରେ ସେ ଏବଂ ଶୋଭା ନାଚିଥିଲେ ।..
ଦେଖନ୍ତୁ ଭିଡିଓ..
View this post on Instagram
Happie bday!! JAI MATA DI…. parents r GODS ON EARTH ! May u live my years too ! Happie bday papa