Below header

ଆଇପିଏଲ୍‌ : ବିଜୟ ଖୋଜୁଛି ବାଙ୍ଗାଲୋର, ୧୪୯/୮

ବେଙ୍ଗଲୁରୁ : ଆଇପିଏଲ୍‌ର ୨୦ତମ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର କରିଛି ୮ ଓ୍ଵିକେଟ୍‌ରେ ୧୪୯ ରନ୍‌ । ଜିତିବା ପାଇଁ ଦିଲ୍ଲୀକୁ ୧୫୦ ରନ୍‌ କରିବାକୁ ହେବ ।
ଚଳିତ ସଂସ୍କରଣରେ ଏପର୍ଯ୍ୟନ୍ତ ୫ଟି ମ୍ୟାଚ୍‌ ଖେଳିଥିଲେ ମଧ୍ୟ ବିରାଟ କୋହଲିଙ୍କ ଦଳ ଗୋଟିଏ ହେଲେ ମ୍ୟାଚ୍‌ ଜିତି ପାରିନାହିଁ । ତେଣୁ ଆଜି କଳେ ବଳେ କୌଶଳେ ଜିତିବାକୁ ଚାହୁଁଛି । ହେଲେ ଦଳର ଖେଳାଳିଙ୍କ ଭିତରେ ସେଭଳି ମନୋଭାବ ଦେଖିବାକୁ ମିଳି ନଥିଲା । ଦିଲ୍ଲୀ କ୍ୟାପିଟାଲ୍ସ ବୋଲର କେ. ରାବଡ଼ା ଏମାନଙ୍କ ମେରୁଦଣ୍ଡ ଦୋହଲାଇ ଦେଇଥିଲେ । ଅଧିନାୟକ କୋହଲି ସର୍ବାଧିକ ୪୧ (୩୩ ବଲ୍‌), ମୋଇନ୍‌ ଅଲୀ ୩୨ ରନ୍‌ କରିଥିଲେ । ଦିଲ୍ଲୀ କ୍ୟାପିଟାଲ୍ସର ରାବଡା ୨୧ ରନ୍‌ ଦେଇ ୪ଟି ଏବଂ କ୍ରିସ୍‌ ମୋରିସ୍‌ ୨୮ ରନ୍‌ରେ ୨ଟି ଓ୍ଵିକେଟ୍‌ ଦଖଲ କରିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.