ବ୍ୟସ୍ତତା ମଧ୍ୟରେ ବି ଜିମ୍ ଏବଂ ସାଇକିଲିଙ୍ଗ୍ ଛାଡନ୍ତି ନାହିଁ ରାହୁଲ୍, ଜାଣନ୍ତୁ କଂଗ୍ରେସ୍ ଅଧ୍ୟକ୍ଷଙ୍କ ଫିଟନେସ୍ ଫଣ୍ଡା

ନିକଟରେ ସାମ୍ନାକୁ ଆସିଛି ମୁଖ୍ୟମନ୍ତ୍ରୀ ନବୀନ୍ ପଟ୍ଟନାୟକଙ୍କ ଫିଟନେସ୍ ଭିଡିଓ । ଯାହା ବେଶ୍ ଚର୍ଚ୍ଚା ସାଉଁଟିଛି । ନିଜକୁ କେମିତି ଫିଟ୍ ରଖୁଛନ୍ତି ନବୀନ୍ ଏହା ତ ଆପଣ ଦେଖିଲେ । ହେଲେ କଂଗ୍ରେସ୍ ଅଧ୍ୟକ୍ଷ ନିଜକୁ କେମିତି ଫିଟ୍ ରଖୁଛନ୍ତି ତାହା ଜାଣିଛନ୍ତି କି ? ଯଦି ଜାଣି ନାହାଁନ୍ତି ତାହା ହେଲେ ଆଜି ଆମେ କହିବୁ ରାହୁଲଙ୍କ ଫିଟନେସ୍ ମନ୍ତ୍ର । ନିଜ ଫିଟନେସର ପୁରା ଧ୍ୟାନ ରଖନ୍ତି ରାହୁଲ୍ । କାରଣ ତାଙ୍କ କହିବା ଅନୁଯାୟୀ, ଯଦି ଆପଣ ଫିଟ୍ ରହିବେନି ତେବେ ନିଜ ଲକ୍ଷ ଉପରେ କେମିତି ଫୋକସ୍ କରିବେ । ନିର୍ବାଚନ ଯୋଗୁଁ ବହୁତ ପରିଶ୍ରମ କରିବାକୁ ପଡିଥାଏ । ତେଣୁ ନିଜ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦେବା ନିହାତି ଜରୁରୀ । ଜିମ୍ ଯିବାଠୁ ଆରମ୍ଭ ଖାଦ୍ୟ ପାନୀୟ ପ୍ରତି ମଧ୍ୟ ସଜାଗ ରହିବା ଜରୁରୀ । ତେଣୁ ନିଜ ବ୍ୟସ୍ତ ଜୀବନରୁ ସମୟ ବାହାର କରି ରାହୁଲ୍ ନିଜ ଫିଟନେସ୍ ପ୍ରତି ଧ୍ୟାନ ଦିଅନ୍ତି ।

ସାଇକିଲିଙ୍ଗ୍ :

ସ୍ବାସ୍ଥ୍ୟ ପାଇଁ ବେଶ୍ ଲାଭଦାୟକ ସାଇକିଲିଙ୍ଗ୍ । ତେଣୁ ପ୍ରତିଦିନ ସକାଳେ କିଛି ସମୟ ସାଇକିଲିଙ୍ଗ୍ କରନ୍ତି ରାହୁଲ୍ ଗାନ୍ଧୀ । ଶରୀରକୁ ସମ୍ପୂର୍ଣ୍ଣ ରୂପେ ଫିଟ୍ ରଖିବା ପାଇଁ ସାହାଯ୍ୟ କରିଥାଏ ସାଇକିଲିଙ୍ଗ୍ । ଏହା ସହ ଅନେକ ରୋଗରୁ ମୁକ୍ତି ଦେଇଥାଏ ।

ବ୍ରେକଫାଷ୍ଟ :

ଫିଟ୍ ରହିବା ପାଇଁ ବ୍ରେକ୍ ଫାଷ୍ଟ ନିହାତି ଜରୁରୀ । ତେଣୁ ରାହୁଲ୍ ଗାନ୍ଧୀ ବ୍ରେକଫାଷ୍ଟରେ ଡ୍ରାଏଫ୍ରୁଟ୍ସ, ଇଡଲି, ଡୋସା ଏବଂ ସମ୍ବର ଖାଆନ୍ତି । ଡ୍ରାଏଫ୍ରୁଟ୍ସ.ରେ ଥିବା ପୋଷକ ତତ୍ବ ଶରୀରକୁ ପର୍ଯ୍ୟାପ୍ତ ପୋଷକ ପ୍ରଦାନ କରିଥାଏ ଯାହା ଦ୍ବାରା ଶରୀରକୁ ଉର୍ଜା ମିଳିଥାଏ ।

ଜିମ୍ :

ସେହିପରି ଫିଟ୍ ରହିବା ପାଇଁ ବ୍ୟାୟାମ କରିବା ମଧ୍ୟ ନିହାତି ଜରୁରୀ । ନିଜ ବ୍ୟସ୍ତବହୁଳ ଜୀବନରୁ ପ୍ରତିଦିନ କିଛି ସମୟ ବାହାର କରି ଜିମରେ ଝାଳ ବୁହାନ୍ତି ରାହୁଲ୍ । ଜିମରେ ରାହୁଲ୍ ସେହି ଏକ୍ସସାଇଜ୍ କରନ୍ତି ଯାହା ତାଙ୍କୁ ମଜଭୂତ କରିବା ସହ ମାଂସପେଶୀକୁ ଶକ୍ତି ପ୍ରଦାନ କରିଥାଏ ।

ଜୁସ୍ :

ସ୍ବାସ୍ଥ୍ୟ ପାଇଁ ସବୁଠାରୁ ଲାଭଦାୟକ ଜୁସ୍ । ପ୍ରତିଦିନ ରାହୁଲ୍ ଗାନ୍ଧୀ ଜୁସ୍ ସହ ଲେମ୍ବୁ ପାଣି ପିଇଥାନ୍ତି । ଏହା ଦ୍ବାରା ଶରୀର ହାଇଡ୍ରେଟେଡ୍ ରହିବା ସହ କୌଣସି ବି ପ୍ରକାର ସମସ୍ୟା ହୋଇନଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.