ଭାରସାମ୍ୟ ହରାଇ ଓଲଟିଲା ଟାଟା ମ୍ୟାଜିକ୍, ୧୦ ମହିଳା ଶ୍ରମିକ ଆହତ
ସମ୍ବଲପୁର ଜିଲ୍ଲା ଗୁଲୁମଘାଟି ଗୁଲୁମେଶ୍ୱର ମନ୍ଦିର ସମ୍ମୁଖରେ ଦୁର୍ଘଟଣା । ଭାରସାମ୍ୟ ହରାଇ ଓଲଟିଲା ଟାଟା ମ୍ୟାଜିକ୍ । ଏହି ଦୁର୍ଘଟଣାରେ ୧୦ ଜଣ ମହିଳା ଶ୍ରମିକ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

ସମ୍ବଲପୁର (କେନ୍ୟୁଜ): ସମ୍ବଲପୁର ଜିଲ୍ଲା ଗୁଲୁମଘାଟି ଗୁଲୁମେଶ୍ୱର ମନ୍ଦିର ସମ୍ମୁଖରେ ଦୁର୍ଘଟଣା । ଭାରସାମ୍ୟ ହରାଇ ଓଲଟିଲା ଟାଟା ମ୍ୟାଜିକ୍ । ଏହି ଦୁର୍ଘଟଣାରେ ୧୦ ଜଣ ମହିଳା ଶ୍ରମିକ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।
ସୂଚନା ଅନୁସାରେ ନୂଆବରଙ୍ଗାମାଲ ଗାଁରୁ ଭୋଇପାଲିକୁ ୧୯ ଜଣ ମହିଳା ଶ୍ରମିକ କାମ କରିବାକୁ ଏକ ଟାଟା ମ୍ୟାଜିକ ଯୋଗେ ଯାଉଥିଲେ । ଗୁଲୁମେଶ୍ଵରୀ ମନ୍ଦିର ସମ୍ମୁଖରେ ଭାରସାମ୍ୟ ହରାଇ ଗାଡ଼ିଟି ଦୁର୍ଘଟଣା ହେବାରୁ ୧୦ ରୁ ଅଧିକ ମହିଳା ଶ୍ରମିକ ଆହତ ହୋଇଛନ୍ତି । ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ୧୦୮ ଆମ୍ବୁଲାନ୍ସ ଯୋଗେ ସମ୍ବଲପୁର ସଦର ମେଡ଼ିକାଲକୁ ପଠାଇଥିଲେ । ସଦର ମେଡ଼ିକାଲକୁ ଆସିଥିବା ଆହତ ମାନଙ୍କ କାହାର ହାତ ଭାଙ୍ଗିଛି ତ ଆଉ କାହାର ଗୋଡ଼ ଭାଙ୍ଗିଛି । ସେପଟେ ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ ।