ସାହିଦ କପୁରଙ୍କ ଫିଲ୍ମ ‘ତେରି ବାତୋମେଁ ଏସା ଉଲଝା ଜିଆ’କୁ ମିଳିଲା ସିବିଏଫସି ସାର୍ଟିଫିକେଟ୍, ହଟାଗଲା କିଛି ଏପରି ସିନ୍‌

ଫିଲ୍ମ ‘ତେରି ବାତୋମେଁ ଏସା ଉଲଝା ଜିଆ’ ଫେବୃଆରୀ ୯ ରେ ସିନେମା ହଲ୍‌ରେ ମୁକ୍ତିଲାଭ କରିବାକୁ ଯାଉଛି । ଏହା ହେଉଛି ଏକ ଟେକ୍ନୋଲୋଜି ପ୍ରଦର୍ଶନ କରୁଥିବା ଗୋଟିଏ ଫିଲ୍ମ, ଯେଉଁଥିରେ ସାହିଦ କପୁର ଏବଂ କ୍ରିତି ସାନନ ମୁଖ୍ୟ ଭୂମିକାରେ ନଜର ଆସିବେ । ରିଲିଜ୍ ପୂର୍ବରୁ ଏହି ଫିଲ୍ମଟି ସେନ୍ସର ବୋର୍ଡ ଅଫ୍ ଫିଲ୍ମ ସାର୍ଟିଫିକେଟ୍ ଠାରୁ U/A ସାର୍ଟିଫିକେଟ୍ ପାଇଛି । ତେବେ ସିବିଏଫସି ଫିଲ୍ମରେ କିଛି ପରିବର୍ତ୍ତନ କରିବାକୁ ମଧ୍ୟ ପରାମର୍ଶ ଦେଇଛି ।

କ୍ରିତି ସାନନ୍ ଓ ସାହିଦ କପୁରଙ୍କ ଅଭିନୀତ ଫିଲ୍ମ ‘ତେରି ବାତୋମେଁ ଏସା ଉଲଝା ଜିଆ’ ଫେବୃଆରୀ ୯ ରେ ସିନେମା ହଲ୍‌ରେ ମୁକ୍ତିଲାଭ କରିବାକୁ ଯାଉଛି । ଏହା ହେଉଛି ଏକ ଟେକ୍ନୋଲୋଜି ପ୍ରଦର୍ଶନ କରୁଥିବା ଗୋଟିଏ ଫିଲ୍ମ, ଯେଉଁଥିରେ ସାହିଦ କପୁର ଏବଂ କ୍ରିତି ସାନନ ମୁଖ୍ୟ ଭୂମିକାରେ ନଜର ଆସିବେ । ରିଲିଜ୍ ପୂର୍ବରୁ ଏହି ଫିଲ୍ମଟି ସେନ୍ସର ବୋର୍ଡ ଅଫ୍ ଫିଲ୍ମ ସାର୍ଟିଫିକେଟ୍ ଠାରୁ U/A ସାର୍ଟିଫିକେଟ୍ ପାଇଛି । ତେବେ ସିବିଏଫସି ଫିଲ୍ମରେ କିଛି ପରିବର୍ତ୍ତନ କରିବାକୁ ମଧ୍ୟ ପରାମର୍ଶ ଦେଇଛି । ଏଭଳି ପରିସ୍ଥିତିରେ କିଛି ସିନ୍‌କୁ ଫିଲ୍ମରୁ ହଟାଇବାକୁ ପଡିବ । ଏହି ଫିଲ୍ମରେ ଅନେକ ଇଣ୍ଟିମେଣ୍ଟ ସିନ୍‌ ମଧ୍ୟ ରହିଛି । ଯେଉଁ କାରଣରୁ ସିବିଏଫସି କିଛି ସିନ୍‌ ହଟାଇବାକୁ ପରାମର୍ଶ ଦେଇଛି ।

ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ଫିଲ୍ମ ସାର୍ଟିଫିକେଟ୍ ‘ତେରି ବାତୋମେଁ ଏସା ଉଲଝା ଜିଆ’ ରେ କିଛି ଇଣ୍ଟିମେଣ୍ଟ ସିନ୍‌ କାଟିବାକୁ ପରାମର୍ଶ ଦେଇଛି । ବୋର୍ଡର ଗାଇଡଲାଇନ ଅନୁଯାୟୀ ୨୫ ପ୍ରତିଶତ ଇଣ୍ଟିମେଣ୍ଟ ସିନ୍‌କୁ ଫିଲ୍ମରୁ ହଟାଇବାକୁ ପଡିବ । ପୂର୍ବରୁ ‘ତେରି ବାତୋମେଁ ଏସା ଉଲଝା ଜିଆ’ ରେ ୩୬ ସେକେଣ୍ଡର ଏକ ଇଣ୍ଟିମେଣ୍ଟ ସିନ୍‌ ଥିଲା, ଯାହା ବର୍ତ୍ତମାନ ୨୭ ସେକେଣ୍ଡକୁ କମ କରାଯାଇଛି । ତେବେ ଫିଲ୍ମ ‘ତେରି ବାତୋମେଁ ଏସା ଉଲଝା ଜିଆ’ ର ଦ୍ୱିତୀୟ ଭାଗରେ ‘ଦାରୁ’ଶବ୍ଦ ବ୍ୟବହାର କରାଯାଇଛି, ଯାହାକୁ ‘ଡ୍ରିଙ୍କ’ ଶବ୍ଦ ସହିତ ବଦଳାଇବାକୁ ପରାମର୍ଶ ଦିଆଯାଇଛି । ଏହା ବ୍ୟତୀତ ସିବିଏଫସି ନିର୍ମାତାମାନଙ୍କୁ ବଡ଼ ଫଣ୍ଟରେ ହିନ୍ଦୀରେ ଧୂମପାନ ନକରିବାର ବାର୍ତ୍ତା ଲେଖିବାକୁ କହିଛି । ଏହି ସମସ୍ତ ପରିବର୍ତ୍ତନ ପରେ ବୋର୍ଡ ଏହି ରୋମାଣ୍ଟିକ ଡ୍ରାମା ଫିଲ୍ମକୁ U/A ସାର୍ଟିଫିକେଟ୍ ଦେଇଛି ।

ସିବିଏଫସିର ସମସ୍ତ କଟକଣା ଏବଂ ପରିବର୍ତ୍ତନ ପରେ, ବର୍ତ୍ତମାନ ସାହିଦ କପୁର ଏବଂ କ୍ରିତି ସାନନଙ୍କ ଅଭିନୀତ ଚଳଚ୍ଚିତ୍ର ‘ତେରି ବାତୋମେଁ ଏସା ଉଲଝା ଜିଆ’ ର ରନ୍ ଟାଇମ୍‌ ୨ ଘଣ୍ଟା ୨୩ ମିନିଟ୍ ୧୫ ସେକେଣ୍ଡ ହୋଇଛି । ଅମିତ ଯୋଶୀ ଏବଂ ଆରାଧନା ସାହାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ସାହିଦ କପୁର ଏବଂ କ୍ରିତି ସାନନ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ବହୁତ ଦିନ ପରେ ସାହିଦ କପୁରଙ୍କୁ ଏକ ରୋମାଣ୍ଟିକ୍ କମେଡି ଫିଲ୍ମରେ ଦେଖିବାକୁ ମିଳିଥିବାବେଳେ କ୍ରିତି ସାନନ୍ ଏଆଇ ରୋବଟ୍ ଭୂମିକାରେ ଅଭିନୟ କରିବେ । ଏହି ଫିଲ୍ମଟି ଫେବୃଆରୀ ୯ରେ ସିନେମା ହଲ୍‌ରେ ରିଲିଜ୍‌ ହେବାକୁ ଯାଉଛି । କ୍ରିତି ସାନନଙ୍କ କାମ ବିଷୟରେ କହିବାକୁ ଗଲେ, ସେ ଶେଷ ଥର ପାଇଁ ପ୍ରଭାସଙ୍କ ସହ ଫିଲ୍ମ ‘ଆଦିପୁରୁଷ’ରେ ନଜର ଆସିଥିଲେ, କିନ୍ତୁ ସାହିଦଙ୍କୁ ପୂର୍ବରୁ ଫିଲ୍ମ ‘ଫାର୍ଜି’ରେ ଦେଖିବାକୁ ମିଳିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.