୧୦୦ ଫୁଟ ଗଭୀର ବୋରୱେଲ ଖସିପଡିଲେ ମହିଳା, ଉଦ୍ଧାର କାର୍ଯ୍ୟ ଜାରି
ରାଜସ୍ଥାନ ଗାଙ୍ଗପୁରରେ ଶହେ ଫୁଟ ବୋରୱେଲ ଭିତରେ ପଡ଼ିଗଲେ ମହିଳା । ମହିଳାଙ୍କୁ ଉଦ୍ଧାର କରିବା ପାଇଁ ଘଟଣା ସ୍ଥଳରେ ଉଦ୍ଧାରକାରୀ ଦଳ ପହଞ୍ଚିଛି । ତଥାପି ଏପର୍ଯ୍ୟନ୍ତ ମହିଳା ଜଣଙ୍କ ଉଦ୍ଧାର ହୋଇନାହାନ୍ତି ।

ରାଜସ୍ଥାନ ଗାଙ୍ଗପୁରରେ ଶହେ ଫୁଟ ବୋରୱେଲ ଭିତରେ ପଡ଼ିଗଲେ ମହିଳା । ମହିଳାଙ୍କୁ ଉଦ୍ଧାର କରିବା ପାଇଁ ଘଟଣା ସ୍ଥଳରେ ଉଦ୍ଧାରକାରୀ ଦଳ ପହଞ୍ଚିଛି । ତଥାପି ଏପର୍ଯ୍ୟନ୍ତ ମହିଳା ଜଣଙ୍କ ଉଦ୍ଧାର ହୋଇନାହାନ୍ତି । ମହିଳାଙ୍କ ନାଁ ମୋନା ବାଇ(୨୫) । ନିଜ ଘର ପଛ ପଟେ ଥିବା ଏହି ବୋରୱେଲରେ ମହିଳା ଜଣକ ଖସି ପଡ଼ିଛନ୍ତି । ଏନଡିଆରଏଫ୍ ଏବଂ ଏସଡିଆରଏଫ ଟିମ ଉଦ୍ଧାର କାର୍ଯ୍ୟରେ ଲାଗିଛି ।
ବାମନବାସ ଉପଖଣ୍ଡ ଅଧିକାରୀ ଅଂଶୁଲ କହିଛନ୍ତି, ଘଟଣା ସ୍ଥଳରେ ଏସଡିଆରଏଫ ଏବଂ ଏନଡିଆରଏଫ ଟିମ୍ ପହଞ୍ଚିଛି । ଘଟଣାସ୍ଥଳରେ ରାତିସାରା କାମ ଚାଲିଛି । ତାଙ୍କ ନିକଟକୁ ଅକ୍ସିଜେନ ପଠାଯାଇଛି । ମୋବାଇଲ ଟର୍ଚ୍ଚ ସାହାଯ୍ୟରେ ମହିଳାଙ୍କ ହାତ ଦେଖାଯାଉଛି । ତେବେ ମହିଳା ଜଣକ ବୋରୱେଲର ଖସିବା ବିଷୟରେ ବୁଧବାର ଅପରାହ୍ନରେ ସୂଚନା ମିଳିଥିଲା ।
ସୂଚନା ଅନୁସାରେ ମହିଳା ଜଣକ ମଙ୍ଗଳବାର ରାତି ୮ଟାରୁ ଘରୁ ନିଖୋଜ ଥିଲେ । ତେବେ ସେ ଅସାବଧାନତାରୁ ଖସି ପଡ଼ିଛନ୍ତି ନା କେହି ତାଙ୍କୁ ବୋରୱେଲ ଭିତରକୁ ଠେଲି ଦେଇଛି ପୋଲିସ୍ ତଦନ୍ତ କରୁଛି ।