Below header

ଦୁର୍ଘଟଣାରେ ବାପାଙ୍କ ମୃତ୍ୟୁ ପରେ ଚକ୍ଷୁଦାନ ଭଳି ମହତ କାମ କଲେ ପୁଅ ବୋହୂ

ନିଜେ ସିନା ଆରପାରିକୁ ଚାଲିଗଲେ କିନ୍ତୁ ଅନ୍ୟ ଜଣଙ୍କୁ ଦେଇଗଲେ ଦୁନିଆ ଦେଖିବାର ଶକ୍ତି । ବାପାଙ୍କ ମୃତ୍ୟୁ ପରେ ତାଙ୍କର ଚକ୍ଷୁଦାନ ଭଳି ମହତ କାର୍ଯ୍ୟ କରିଛନ୍ତି ପୁଅ ବୋହୂ । କଟକ ଚାନ୍ଦବାଲି ରାସ୍ତାର ଗାଙ୍ଗପଡା ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟଣା ।

କେନ୍ଦ୍ରାପଡା(କେନ୍ୟୁଜ୍): ନିଜେ ସିନା ଆରପାରିକୁ ଚାଲିଗଲେ କିନ୍ତୁ ଅନ୍ୟ ଜଣଙ୍କୁ ଦେଇଗଲେ ଦୁନିଆ ଦେଖିବାର ଶକ୍ତି । ବାପାଙ୍କ ମୃତ୍ୟୁ ପରେ ତାଙ୍କର ଚକ୍ଷୁଦାନ ଭଳି ମହତ କାର୍ଯ୍ୟ କରିଛନ୍ତି ପୁଅ ବୋହୂ । କଟକ ଚାନ୍ଦବାଲି ରାସ୍ତାର ଗାଙ୍ଗପଡା ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟଣା । ଏହି ଦୁର୍ଘଟଣାରେ ଭରସିଂହ ଗ୍ରାମର ନୃସିଂହ ରାଉତଙ୍କର ମୃତ୍ୟୁ ହୋଇଥିଲା ।

ପଟ୍ଟାମୁଣ୍ଡାଇରୁ କେନ୍ଦ୍ରାପଡା ଅଭିମୁଖେ ଆସୁଥିବା ଏକ କାର୍ ଦୃତଗତିରେ ଯାଇ, ବିପରୀତ ଦିଗରୁ ସାଇକେଲରେ ଆସୁଥିବା ନୃସିଂହ ରାଉତଙ୍କୁ ସାମ୍ନା ପଟୁ ଧକ୍କା ଦେଇଥିଲା । ଯାହାଫଳରେ ନୃସିଂହ ରାଉତ ୧୦ ଫୁଟ୍ ଦୁରକୁ ଛିଟିକି ପଡିଥିଲେ । ଦୁର୍ଘଟଣା ପରେ ନୃସିଂହ ରକ୍ତ ଜୁଡୁବୁଡୁ ଅବସ୍ଥାରେ ରାସ୍ତାରେ ପଡି ଛଟପଟ ହେଇଥିବା ଦେଖି ସ୍ଥାନୀୟ ଲୋକମାନେ ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ବିଭାଗୀୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ତେବେ ଶବକୁ ଜବତକରି ବ୍ୟବଚ୍ଛେଦ କରାଇ ମୃତଶରୀରକୁ ସଂସ୍କାର ପାଇଁ ପରିବାର ସଦସ୍ୟକୁ ହସ୍ତାନ୍ତର କରାଯାଇଥିଲା । ଏଭଳି ଦୁଃଖଦ ଘଟଣାପରେ ନୃସିଂହଙ୍କ ପରିବାର ଲୋକେ ସମ୍ପୂଣ୍ଣ ରୂପେ ଭାଙ୍ଗିପଡିଥିଲେ । ତଥାପି ଧାର୍ଯ୍ୟର ସହ ନେଇଥିଲେ ମହତ୍ ନିଷ୍ପତ୍ତି । ନୃସିଂହଙ୍କ ପୁଅ ,ବୋହୂ ଦୁର୍ଘଟଣାରେ ମୃତ ପିତାଙ୍କ ଚକ୍ଷୁ ଦାନ କରିବା ପାଇଁ ସ୍ଥିର କଲେ । ଆଉ ଯାହା ମନସ୍ଥ କଲେ ସେୟା ହିଁ କଲେ। ବାପାଙ୍କର ପୁରା ଶରୀର ନ ରହିଲେ ବି ସେ ଅମର ରହିବେ କାରଣ ତାଙ୍କ ଆଖିରେ ଆଉ ଦୁଇ ଜଣ ଦୁନିଆ ଦେଖିବେ । ଯାହା ଫଳରେ ବାପା ସବୁଦିନ ତାଙ୍କ ପାଖରେ ଜୀବିତ ଥିବାର ସେ ଅନୁଭବ କରିପାରିବେ ।

ମୃତ୍ୟୁ ପରେ ନିଜର ଚକ୍ଷୁ ଓ ଶରୀର ଦାନ ଭଳି ଏକ ମହତ କାର୍ଯ୍ୟ ଖୁବ୍ ଲୋକ କରିଥାନ୍ତି । ତେବେ ଦୁର୍ଘଟଣାରେ ଆହତ ବାପାଙ୍କୁ ଚେଷ୍ଟା କରି ବଞ୍ଚାଇ ନ ପାରି ଶେଷରେ ପୁଅ ବୋହୂ ନିଜ ବାପାଙ୍କ ଆଖିକୁ ଅନ୍ୟଙ୍କୁ ଦାନ କରିବାର ମହାନ୍ କାମ କରିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.