Below header

ବଲାଙ୍ଗିର : ଚାରି ଚକିଆ ଗାଡ଼ି ଧକ୍କାରେ ୧୦ ବର୍ଷୀୟା ଛାତ୍ରୀର ମୃତ୍ୟୁ

ବଲାଙ୍ଗିର : ଗାଡ଼ି ଧକ୍କାରେ ଛାତ୍ରୀଙ୍କ ମୃତ୍ୟୁ । ବଲାଙ୍ଗିର ବଙ୍ଗମୁଣ୍ଡା ବ୍ଲକ ଭାଲୁମୁଣ୍ଡା ଗାଁ ନିକଟସ୍ଥ ଫୁଗୁଡ଼ା ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି। ଚାରି ଚକିଆ ଗାଡ଼ି ଧକ୍କାରେ ୧୦ ବର୍ଷୀୟା ଛାତ୍ରୀର ମୃତ୍ୟୁ ହୋଇଛି। ମୃତକ ହେଲେ କଣ୍ଟାବାଞ୍ଜି ଧୂମସୁ ଗାଁର ପଦ୍ମିନୀ ମଲ୍ଲିକ। ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା । ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବି ନେଇ ବଙ୍ଗୋମୁଣ୍ଡା-ଖଡିଆଳ ୫୯ ନମ୍ବର ଜାତୀୟ ରାଜପଥ ଅବରୋଧ ହୋଇଛି। ବଙ୍ଗମୁଣ୍ଡା ପୋଲିସ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିଥିବା ବେଳେ ଆନ୍ଦୋଳନକାରୀ ନିଜ ଜିଦ୍‌ରେ ଅଟଳ ରହିଛନ୍ତି। ସୂଚନାଯୋଗ୍ଯ ପଦ୍ମିନୀ ତାଙ୍କ ମାମୁଘର ଫୁଗୁଡାକୁ ଆସିଥିବା ବେଳେ ଛକ ନିକଟ ଦୋକାନକୁ କିଛି ଖାଇବା କିଣିବା ପାଇଁ ଆସିଥିଲେ। ଜିନିଷ କିଣିବା ବେଳେ ଏକ ୪ଚକିଆ ଗାଡ଼ି ତାଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ପଦ୍ମିନୀଙ୍କର ମୃତ୍ୟୁ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.