ଆଜି ଚୈତ୍ର ମାସର ପ୍ରଥମ ମଙ୍ଗଳବାର, କାକଟପୁର ମାଆ ମଙ୍ଗଳାଙ୍କ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼

କାକଟପୁର : ଆଜି ଚୈତ୍ର ମାସର ପ୍ରଥମ ମଙ୍ଗଳବାର । କାକଟପୁର ମାଆ ମଙ୍ଗଳାଙ୍କ ପୀଠରେ ମାଆଙ୍କ ନେତ୍ର ଉତ୍ସବ ଆୟୋଜିତ ହୋଇଛି । ୧୦୮ କଳସ ପାଣିରେ ନେତ୍ର ସ୍ନାନ କରିବାର ପରମ୍ପରା ରହିିଛି । ଏଥିପାଇଁ ବେଶ ଚଳଚଞ୍ଚଳ ହୋଇଥିଲା ପୀଠ । ଭୋର ସମୟରେ ମଙ୍ଗଳ ଆରତୀ କରାଯାଇ ବଲ୍ଲଭ ଭୋଗ ପରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମାଆ । ଚୈତ୍ର ମାସର ୫ମ ମଙ୍ଗଳବାରରେ ମାଆଙ୍କ ଝାମୁଯାତ୍ରା ଆୟୋଜିତ ହେବ । ଭକ୍ତଙ୍କ ସୁରକ୍ଷାଙ୍କୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.