Below header

ଜଗନ୍ନାଥଙ୍କୁ ଧରି ପ୍ରଚାର କରିବା ସମ୍ବିତଙ୍କ ପାଇଁ ହେଲା ଅଡୁଆ, ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ

ପୁରୀ : ପ୍ରଚାରରେ ଲାଗିଛନ୍ତି ସମ୍ବିତ ପାତ୍ର। ଜଗନ୍ନାଥଙ୍କୁ ଧରି ପ୍ରଚାର କରିବା ତାଙ୍କ ପାଇଁ ଅଡୁଆ ସୃଷ୍ଟି କରିଛି। ଗତକାଲି ରୋଡ୍‌ ଶୋରେ ଜଗନ୍ନାଥଙ୍କୁ ଧରି ପ୍ରଚାର କରିଥିଲେ। ଯାହା ଆଦର୍ଶ ଆଚରଣ ବିଧିର ଉଲ୍ଲଂଘନ ବୋଲି ଅଭିଯୋଗ ହୋଇଛି। ଖୋଲା ଜିପ୍‌ରେ ଏପରି ମହାପ୍ରଭୁଙ୍କୁ ଧରି ପ୍ରଚାର କରିବା ଭକ୍ତଙ୍କ ଭାବନାକୁ ମଧ୍ୟ ଆଘାତ ଦେଇଥିବା ବିଜେଡି ଅଭିଯୋଗ କରିଛି। ବରିଷ୍ଠ ଦଇତାପତି ରାମଚନ୍ଦ୍ର ଦାସମହାପାତ୍ର ମଧ୍ୟ କ଼ଡା ଆପତ୍ତି ଉଠାଇଛନ୍ତି। ସେପଟେ ସମ୍ବିତ ପାତ୍ର କହିଛନ୍ତି, ସାକ୍ଷୀଗୋପାଳ ମନ୍ଦିର ଯାଇଥିବା ବେଳେ ଜଣେ ଭକ୍ତ ତାଙ୍କୁ ଜଗନ୍ନାଥଙ୍କ ମୂର୍ତ୍ତି ଉପହାର ଦେଇଥିଲେ। ଜାଣିଶୁଣି ସେ ଏହାକୁ ବ୍ୟବହାର କରିନଥିଲେ।

ସେପଟେ ଏନେଇ କଂଗ୍ରେସର ଏକ ପ୍ରତିନିଧି ଦଳ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଅଭିଯୋଗ କରିଛି । ଧର୍ମକୁ ନେଇ ନିର୍ବାଚନୀ ପ୍ରଚାର କରାଯାଉଥିବା ବେଳେ ସମ୍ବିତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦଳ ଦାବି କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.