ଗଂଜାମ: ଟ୍ରେନ ଧକାରେ ଶହେରୁ ଅଧିକ ଛେଳି ଓ ମେଣ୍ଢା ମୃତ, କ୍ଷତି ଭରଣା ପାଇଁ ମେଣ୍ଢାପାଳକଙ୍କ ଗୁହାରୀ
।
ଗଂଜାମ (କେନ୍ୟୁଜ):ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ଓଡ଼ିଆ ଆଲପୁର ପଞ୍ଚାୟତରେ ଗୁରାପଲ୍ଲୀ ଗ୍ରାମ। ଯାହାର ପୂର୍ବ ଦିଗରେ ଦକ୍ଷିଣ ପୂର୍ବ ରେଳପଥ ଓ ପଶ୍ଚିମ ଦିଗରେ ୧୬ ନମ୍ବର ଜାତୀୟ ରାଜପଥ ରହିଛି । ଏହି ଗ୍ରାମରେ ବିଶେଷତଃ ଗୋଲା ସଂପ୍ରଦାୟର ଲୋକ ବସ ବାସ କରନ୍ତି । ଗ୍ରାମର ଅଧିକାଂଶ ଲୋକ ଛେଳି ଓ ମେଣ୍ଢା ପାଳନ କରନ୍ତି । ଆଜି ଏକ ଅଘଟଣ ଦେଖିବାକୁ ମିଳିଛି ଏହି ଗ୍ରାମରେ । ଏହି ଗ୍ରାମର ଜି. ଗଣପତି ପାତ୍ର ଓ ଏସ୍ . ଭରତ ପାତ୍ର ନାମକ ଦୁଇ ବ୍ୟକ୍ତି ଛେଳି ଓ ମେଣ୍ଢା ପାଳକ ଛେଳି ଚରାଇବାକୁ ଯାଇଥିବା ବେଳେ ରେଳ ଧାରଣାର ଏକ ପାର୍ଶ୍ବରେ ଗୋଠ ହୋଇଥିବା ଛେଳି ଓ ମେଣ୍ଢା ହଠାତ ଦୌଡ଼ି ଆସି ଯାଇଥିଲେ ରେଳ ଧାରଣା ଉପରକୁ । ସେହି ସମୟରେ ଫାଲକନାମା ଟ୍ରେନ୍ ଅତିକ୍ରମ କରୁଥିଲା। ଏହି ଟ୍ରେନ୍ ଧକାରେ ଏକ ଶହରୁ ଉର୍ଦ୍ଦ ଛେଳି ଓ ମେଣ୍ଢା ମୃତ୍ୟୁବରଣ କରିଛନ୍ତି । ଏହି କ୍ଷତିର ଭରଣା ପାଇଁ ସରକାରୀ ସାହାର୍ଯ୍ୟ ପାଇବା ନିମନ୍ତେ ନିବେଦନ କରିଛନ୍ତି ଦୁଇ ପରିବାର ।