Below header

ମୟୁରଭଞ୍ଜ: ୧୦୦ ବର୍ଷ ପୁରୁଣା ଦୋଳ ମେଲଣ ପରମ୍ପରାରେ ନିରାଡ଼ାମ୍ବରରେ ପାଳିତ, କୋଭିଡ଼ କଟକଣାରେ ହେଲା

କରଞ୍ଜିଆ(କେନ୍ୟୁଜ୍): ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆର ଦୋଳ ମେଲଣ ହେଉଛି ୧୦୦ ବର୍ଷ ପୁରୁଣା । ଐତିହାସିକ ଦୋଳ ମେଲଣ ପାଇଁ ଯିଏ ଯେଉଁଠି ଥାଉନ୍ତୁ ନା କାହିଁକି ଏହି ସମୟରେ ସମସ୍ତେ  ଏକାଠି ହେଇଥାନ୍ତି । ଦୋଳ ପାଇଁ ଉତ୍ସବ ମୁଖର ହୋଇ ଉଠେ କରଞ୍ଜିଆ ।ସନ୍ଧ୍ୟରେ ଶୁଭଖୁଣ୍ଟ ପୂଜନ ପରେ ଉପଜିଲାପାଳ ସମସ୍ତ ଜୀଉ ମୋନଙ୍କୁ ମହାମିଳନ ପାଇଁ ନିମନ୍ତ୍ରଣ କରିଥାନ୍ତି।

କରଞ୍ଜିଆର ଏହି ଦୋଳମେଳଣ ଯାତ୍ରାରେ  ଠାକୁରମୁଣ୍ଡା, ଶୁକୃଳି, ରରୁଆଁ, କରଞ୍ଜିଆ, ଯଶିପୁର ଅଞ୍ଚଳରୁ ଜୀଉ ମାନେ ସୁସଜିତ ବିମାନରେ ନିଜ ଗ୍ରାମରେ ଫଗୁ ଦଶମୀରୁ ତିନିଦିନ ଧରି ଭକ୍ତ ମାନଙ୍କ ଘର ଘର ବୁଲି ଭୋଗ ଗ୍ରହଣ କରିବା ପରେ ଆଜି ପାହାନ୍ତାରେ କରଞ୍ଜିଆର ମେଳଣ ପୋଡ଼ିଆ ଠାରେ ଜୀଉ ମାନଙ୍କ ମହାମିଳନ ହୋଇଥାଏ ଏହି ମହାମିଳନରେ  ପଞ୍ଚାପିଢିରୁ  ଆସିଥିବା  ବିମାନରେ ଜୀଉ ମାନେ ଏହି ମହାମିଳନରେ ସାମିଲ ହେବା ଏବଂ ଭକ୍ତ ଓ ଭଗବାନଙ୍କ ଅପୂର୍ବ ମହାମିଳନ ଏକ ନିଆରା ପରମ୍ପରା ଏହି ଦୋଳମେଳଣ ଯାତ୍ରା।

୧୧୫ ବର୍ଷରୁ ଉର୍ଦ୍ଧ  ହେବ ଏହି ପରମ୍ପରା ହୋଇଆସୁଛି । ଏ  ବର୍ଷ କୋଭିଡ କଟକଣା ଯୋଗୁଁ ବିନା ଭକ୍ତରେ ଏହି ମହାମିଳନ ପର୍ବ ଅନଷ୍ଠିତ ହୋଇଯାଇଛି। ଏହି ମହାମିଳନ ପର୍ବ  ଦେଖିବାକୁ ଆଖ ପାଖ ଅଞ୍ଚଳରୁ ହଜାର ହଜାର ଭକ୍ତଙ୍କ ଭିଡ଼ ଜମୀଥାଏ ।  କିନ୍ତୁ ଏ ବର୍ଷ କୋଭିଡ କଟକଣା ଯୋଗୁଁ ଫିକା ପଡିଛି । ପରେ ପରେ ଉପଜିଲାପାଳ ଡ଼କ୍ଟର ରଜନୀକାନ୍ତ ବିଶ୍ୱାଳ ସମସ୍ତ ଜୀଉମାନଙ୍କୁ ନିଜ ସରକାରୀ ବାସଭବନକୁ ନିମନ୍ତ୍ରଣ କରିଥାନ୍ତି  ଏବଂ ଉପଖଣ୍ଡରୁ ଆସିଥିବା ଜୀଉ ମାନଙ୍କୁ ପୂଜାର୍ଚ୍ଚନା  କରିବା ପରେ ଭୋଗ ଲଗାଇଥାନ୍ତି।  ଜୀଉ ମାନଙ୍କ ବିମାନ ଗୁଡିକୁ ସୁସଜ୍ଜତି କରି ନିଜ ନିଜ ଅଞ୍ଚଳରୁ ଆସିଥାନ୍ତି।  ପରେ ପରେ ସମସ୍ତ ଜୀଉ ମାନଙ୍କ ବିମାନ ଗୁଡିକ ନଗର ପରିକ୍ରମା କରି ଦଳପଡିଆ ଠାରେ ଏକତ୍ରିତ ହୋଇ ଭକ୍ତମାନଙ୍କ  ନିକଟରୁ ଭୋଗ ଗ୍ରହଣ କରିଥାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.