Below header

ଭୁବନେଶ୍ୱର ଆଲେନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ସିଲ, ଏକାଧିକ ଛାତ୍ର ପଜିଟିଭ୍‌ ଚିହ୍ନଟ ପରେ ସିଲ୍‌ କଲା ବିଏମ୍‌ସି

କେନ୍ୟୁଜ୍(ବ୍ୟୁରୋ):  ଭୁବନେଶ୍ୱର ମୈତ୍ରୀବିହାରରେ ଥିବା ଆଲେନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ସିଲ । ଏକାଧିକ କରୋନା ପଜିଟିଭ୍‌ ଚିହ୍ନଟ ପରେ ସିଲ୍‌ କଲା ବିଏମ୍‌ସି । ପଜିଟିଭ୍‌ ଚିହ୍ନଟ ହୋଇଥିବା ଛାତ୍ରଙ୍କୁ ଆଇସୋଲେସନ୍‌ରେ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।

allen institute

ଅତ୍ୟାବଶ୍ୟକ ସାମଗ୍ରୀ ଏବଂ ଔଷଧ ଯୋଗାଇ ଦେବାକୁ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଅନ୍ୟ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ଟେଷ୍ଟ କରାଯିବ । ଆବଶ୍ୟକ ପଡ଼ିଲେ ଡାକ୍ତରଖାନାକୁ ପଠାଇବାର ବ୍ୟବସ୍ଥା କରିବେ କର୍ତ୍ତୃପକ୍ଷ । ଆଲେନ୍‌ ଇନ୍‌ଷ୍ଟିଚ୍ୟୁଟ୍‌କୁ ଯିବା ଆସିବା ଉପରେ କଟକଣା ଲାଗିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.