ମନ କି ବାତ୍‌ କାର୍ଯ୍ୟକ୍ରମରେ ପୁଣି ଓଡ଼ିଆଙ୍କୁ ପ୍ରଶଂସା, କେନ୍ଦ୍ରାପଡାର ବିଜୟ ଓ ପାରାଦୀପର ଅମରେଶଙ୍କୁ ପ୍ରଶଂସା କଲେ ମୋଦି

କେନ୍ୟୁଜ୍(ବ୍ୟୁରୋ):  ପ୍ରଧାନମନ୍ତ୍ରୀଙ୍କ ମନ କି ବାତ୍‌ କାର୍ଯ୍ୟକ୍ରମରେ ପୁଣି ଓଡ଼ିଆଙ୍କୁ ପ୍ରଶଂସା । କେନ୍ଦ୍ରାପଡାର ବିଜୟ କୁମାର କବିଙ୍କୁ ପ୍ରଶଂସା କରିଛନ୍ତି ନରେନ୍ଦ୍ର ମୋଦି । କେନ୍ଦ୍ରାପଡ଼ାର ଅନେକ ଗାଁ ପ୍ରତିବର୍ଷ ସମୁଦ୍ରର କରାଳ ରୂପକୁ ସାମନା କରୁଛି । ବାତ୍ୟା ଭୟ ବି ରହିଛି ଏହି ଅଞ୍ଚଳକୁ । କିନ୍ତୁ ବିଜୟ କବି ୧୨ ବର୍ଷରେ ୨୫ ଏକର ହେନ୍ତାଳ ବନ ସୃଷ୍ଟି କରିଛନ୍ତି । ଏହି ଜଙ୍ଗଲ ଏବେ ସମୁଦ୍ର କୂଳିଆ ଗାଁକୁ ସୁରକ୍ଷା ଯୋଗାଉଛି । ତାଙ୍କର ମହତ ଉଦ୍ଦେଶ୍ୟକୁ ପ୍ରଶଂସା କରିଛନ୍ତି ମୋଦି ।modi1

୨୦୦୮ରେ ମା ଖରାଖାଇ ଲୁଣାଜଙ୍ଗଲ ସୁରକ୍ଷା ସମିତି କରି ଗାଁ ଲୋକ ମିଳିମିଶି ୨୫ ଏକର ସ୍ଥାନରେ ଲୁଣାଜଙ୍ଗଲ ସୃଷ୍ଟି କରିଛନ୍ତି । ହେନ୍ତାଳ ଜଙ୍ଗଲ ସୃଷ୍ଟି କରି ବଡ଼କୋଟ ବାସୀ କେବଳ ନିଜ ଗାଁ ନୁହେଁ ବହୁ ଅଂଚଳକୁ ସୁରକ୍ଷା ବଳୟରେ ରଖି ପାରିଛନ୍ତି । ପୂର୍ବରୁ ବିଜୟ କବିଙ୍କୁ ପ୍ରଶଂସା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।  ସେହିଭଳି ପାରାଦୀପର ଅମରେଶ ସାମନ୍ତଙ୍କୁ ମଧ୍ୟ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ । ଛୋଟ ଜଙ୍ଗଲ ତିଆରି କରି ଗାଁକୁ ସୁରକ୍ଷା ଯୋଗାଉଛନ୍ତି ଇଂଜିନିୟର ଅମରେଶ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.