Below header

ଖାଦ୍ୟ ସୁରକ୍ଷା ଯୋଜନାରେ ପ୍ରତି ପରିବାରକୁ ମିଳିବ ୧୦୦୦ ଟଙ୍କା

ଏଣିକି ଖାଦ୍ୟ ସୁରକ୍ଷା ଯୋଜନାରେ ପ୍ରତି ପରିବାରକୁ ମିଳିବ ହଜାରେ ଟଙ୍କା । ରାଜ୍ୟ କ୍ୟାବିନେଟ ବୈଠକରେ ଏସମ୍ପର୍କିତ ପ୍ରସ୍ତାବରେ ମୋହର ବାଜିଛି । ପରିବାର ପିଛା ହଜାରେ ଟଙ୍କା ଓ ୨ଟି ଝୋଟ ବ୍ୟାଗ ମିଳିବ । ଅତ୍ୟାବଶ୍ୟକ ସାମଗ୍ରୀ କିଣିବାକୁ ମିଳିବ ଟଙ୍କା ଓ ବ୍ୟାଗ ।

ଭୁବନେଶ୍ୱର (କେନ୍ୟୁଜ୍‌) : ଏଣିକି ଖାଦ୍ୟ ସୁରକ୍ଷା ଯୋଜନାରେ ପ୍ରତି ପରିବାରକୁ ମିଳିବ ହଜାରେ ଟଙ୍କା । ରାଜ୍ୟ କ୍ୟାବିନେଟ ବୈଠକରେ ଏସମ୍ପର୍କିତ ପ୍ରସ୍ତାବରେ ମୋହର ବାଜିଛି । ପରିବାର ପିଛା ହଜାରେ ଟଙ୍କା ଓ ୨ଟି ଝୋଟ ବ୍ୟାଗ ମିଳିବ । ଅତ୍ୟାବଶ୍ୟକ ସାମଗ୍ରୀ କିଣିବାକୁ ମିଳିବ ଟଙ୍କା ଓ ବ୍ୟାଗ । ଏହାଦ୍ବାରା ରାଜ୍ୟର ୯୫ଲକ୍ଷ ୯୦ ହଜାର ହିତାଧିକାରୀ ଉପକୃତ ହେବେ । ଝୋଟ ତିଆରି ବ୍ୟାଗର ଖର୍ଚ୍ଚ ବାବାଦରେ ୨୭୮ କୋଟି ୬୯ ଲକ୍ଷ ଖର୍ଚ୍ଚ ହେବ । ସେହିପରି ହଜାରେ ଟଙ୍କା ସହାୟତା ରାଶି ବାବଗରେ ସରକାର ଖର୍ଚ୍ଚ କରିବେ ୯୫୯କୋଟି ୫ ଲକ୍ଷ ଟଙ୍କା । ମୋଟ୍ ୧୨ଶହ ୩୭ କୋଟି ୭୪ ଲକ୍ଷ ଟଙ୍କା ବହନ କରିବେ ରାଜ୍ୟ ସରକାର ।

ରାଜ୍ୟର ସହରାଞ୍ଚଳର ବେରୋଜଗାରଙ୍କୁ ମିଳିବ ଋଣ । ସେମାନଙ୍କୁ ରୋଜଗାରକ୍ଷମ କରିବା ପାଇଁ ୧ ଲକ୍ଷ ଟଙ୍କାର ସୁଧ ମୁକ୍ତ ଋଣ ଦେବ ସରକାର । ଏଥିପାଇଁ ଆରମ୍ଭ ହେବ ନୂଆ ଯୋଜନା ସ୍ବତନ୍ତ୍ର ଯୁବ ଉଦ୍ୟମୀ ବା ସ୍ବୟମ୍ । ବ୍ୟୟସାୟ ଆରମ୍ଭ ବା ସମ୍ପ୍ରସାରଣ ପାଇଁ ୧ ଲକ୍ଷ ଟଙ୍କାର ସୁଧମୁକ୍ତ ଋଣ ଯୋଗାଇ ଦିଆଯିବ । ଲୋନ୍ ପାଇଁ ସାଧାରଣ ବର୍ଗଙ୍କ ବୟସସୀମା ୧୮ରୁ ୩୫ ବର୍ଷ ହୋଇଥିବ । ସେହିପରି ଅନୁସୂଚିତ ଜାତି, ଜନଜାତି, ଭିନ୍ନକ୍ଷମ ଓ କିନ୍ନରଙ୍କ କ୍ଷେତ୍ରରେ ସର୍ବାଧିକ ବୟସସୀମା ୪୦ ବର୍ଷ ହୋଇଥିବ । ଆବେଦନକାରୀ ପରିବାର ବିଏସକେୱାଇ ପରିସରଭୁକ୍ତ କିମ୍ବା ବାର୍ଷିକ ଆୟ ୩ ଲକ୍ଷରୁ କମ୍ ହୋଇଥିବ । ରାଜ୍ୟ ସରକାର ଋଣ ପରିମାଣର ୧୫ ପ୍ରତିଶତ ଗ୍ୟାରେଣ୍ଟି ଓ CGTMSE ୮୫ ପ୍ରତିଶତ ଗ୍ୟାରେଣ୍ଟି ବହନ କରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.