SRFTI ପକ୍ଷରୁ ପ୍ରଖ୍ୟାତ ଚଳଚ୍ଚିତ୍ର ନିର୍ଦ୍ଦେଶକ ସତ୍ୟଜିତ ରାୟଙ୍କ ୧୦୨ତମ ଜୟନ୍ତୀ ପାଳିତ
କୋଲକାତାର ସତ୍ୟଜିତ ରାୟ ଫିଲ୍ମ ଆଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟ-SRFTI ପକ୍ଷରୁ ପ୍ରଖ୍ୟାତ ଚଳଚ୍ଚିତ୍ର ନିର୍ଦ୍ଦେଶକ ସତ୍ୟଜିତ ରାୟଙ୍କ ୧୦୨ତମ ଜୟନ୍ତୀ ପାଳନ କରାଯାଇଛି । ଏହି ଅବସରରେ କୋଲକାତା ସ୍ଥିତ ସତ୍ୟଜିତ ରାୟଙ୍କ ବାସଭବନରେ ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ବିଭାଗର ଅତିରିକ୍ତ ସଚିବ ଓ ବିତ୍ତ ବିଭାଗ ପରାମର୍ଶଦାତା ଜୟନ୍ତ ସିହ୍ନା, ଏସଆରଏଫଟି ନିର୍ଦ୍ଦେଶକ ହିମାଂଶୁ ଶେଖର ଖଟୁଆ, ଡିନ୍ ବିପିନ ବିଜୟ, ରେଜିଷ୍ଟ୍ରାର ସୁଶ୍ରୁତ ଶର୍ମା ପ୍ରମୁଖ ପହଞ୍ଚି ସତ୍ୟଜିତ ରାୟଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିଥିଲେ ।
![satyajit ray](https://knewsodisha.com/wp-content/uploads/2023/05/satyajit-ray.jpg)
କୋଲକାତାର ସତ୍ୟଜିତ ରାୟ ଫିଲ୍ମ ଆଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟ-SRFTI ପକ୍ଷରୁ ପ୍ରଖ୍ୟାତ ଚଳଚ୍ଚିତ୍ର ନିର୍ଦ୍ଦେଶକ ସତ୍ୟଜିତ ରାୟଙ୍କ ୧୦୨ତମ ଜୟନ୍ତୀ ପାଳନ କରାଯାଇଛି । ଏହି ଅବସରରେ କୋଲକାତା ସ୍ଥିତ ସତ୍ୟଜିତ ରାୟଙ୍କ ବାସଭବନରେ ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ବିଭାଗର ଅତିରିକ୍ତ ସଚିବ ଓ ବିତ୍ତ ବିଭାଗ ପରାମର୍ଶଦାତା ଜୟନ୍ତ ସିହ୍ନା, ଏସଆରଏଫଟି ନିର୍ଦ୍ଦେଶକ ହିମାଂଶୁ ଶେଖର ଖଟୁଆ, ଡିନ୍ ବିପିନ ବିଜୟ, ରେଜିଷ୍ଟ୍ରାର ସୁଶ୍ରୁତ ଶର୍ମା ପ୍ରମୁଖ ପହଞ୍ଚି ସତ୍ୟଜିତ ରାୟଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିଥିଲେ ।
ସତ୍ୟଜିତ ରାୟଙ୍କ ପୁଅ ସନ୍ଦୀପ ରାୟ ଏସଆରଏଫଟିର ଅଧିକର୍ତ୍ତାମାନଙ୍କୁ ସ୍ୱାଗତ ଜଣାଇଥିଲେ । ସତ୍ୟଜିତ ରାୟ ଙ୍କ ଚଳଚ୍ଚିତ୍ର ଜଗତ ପ୍ରତି ଅବଦାନ ଓ ତାଙ୍କ ସର୍ଜନାତ୍ମକ ଦିଗ ବିଷୟରେ ଏସଆରଏଫଟିର ନିର୍ଦ୍ଦେଶକ ହିମାଂଶୁ ଶେଖର ଖଟୁଆ ବର୍ଣ୍ଣନା କରିଥିଲେ । ପରେ ଏସଆରଏଫଟିଆଇ ପରିସରରେ ସତ୍ୟଜିତ ରାୟଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହ ତାଙ୍କର ସ୍ମୃତିଚାରଣ କରାଯାଇଛି