Below header

ଏନଏସିି ଘୋଷଣା ଦାବିରେ ୧୨ ଘଣ୍ଟିଆ ବୀରମହାରାଜପୁର ବନ୍ଦ

ବୀରମହାରାଜପୁରକୁ ଏନଏସି ଘୋଷଣା ଦାବିରେ ଗତ ୩ ତାରିଖରୁ ଆମ ଆଦମୀ ପାର୍ଟି ପକ୍ଷରୁ ବୀରମହାରାଜପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଜାରି ରହିଥିଲା । ଦାବି ପୂରଣ ନହେବାରୁ ଆଜି ଏହି ୧୨ ଘଣ୍ଟିଆ ବନ୍ଦର ଡାକରା ଦେଇଛି ପାର୍ଟି ।

ସୁବର୍ଣ୍ଣପୁର(କେନ୍ୟୁଜ୍‌) : ଏନଏସିି ଘୋଷଣା ଦାବିରେ ୧୨ ଘଣ୍ଟିଆ ବୀରମହାରାଜପୁର ବନ୍ଦ । ଆମ ଆଦମୀ ପାର୍ଟି ସୁବର୍ଣ୍ଣପୁର ପକ୍ଷରୁ ଏହି ବନ୍ଦର ଡାକରା ଦିଆଯାଇଛି । ବୀରମହାରାଜପୁରକୁ ଏନଏସି ଘୋଷଣା ଦାବିରେ ଗତ ୩ ତାରିଖରୁ ଆମ ଆଦମୀ ପାର୍ଟି ପକ୍ଷରୁ ବୀରମହାରାଜପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଜାରି ରହିଥିଲା । ଦାବି ପୂରଣ ନହେବାରୁ ଆଜି ଏହି ୧୨ ଘଣ୍ଟିଆ ବନ୍ଦର ଡାକରା ଦେଇଛି ପାର୍ଟି ।

ବନ୍ଦର ପ୍ରଭାବରେ ବୀରମହାରାଜପୁର ବଜାରରେ ସମସ୍ତ ଦୋକାନ,ସ୍କୁଲ, କଲେଜ, ସରକାରୀ ବେସରକାରୀ ପ୍ରତିଷ୍ଠାନ ଓ ଗାଡି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି । ଆମ ଆଦମୀ ପାର୍ଟିର କର୍ମକର୍ତ୍ତାଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ସୁବର୍ଣ୍ଣପୁର ପ୍ରତିନିଧି ଶେଷଦେବ ବାରିକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.