Below header

ଏସିଆ କପ୍‌ ୨୦୨୩ : ସେପ୍ଟେମ୍ବର ୨ରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ, ଶ୍ରୀଲଙ୍କାରେ ଖେଳାଯିବ ମ୍ୟାଚ୍‌

ଏସିଆ କପ୍‌ ୨୦୨୩ ରେ ଭାରତ-ପାକିସ୍ତାନ ସେପ୍ଟେମ୍ବର ୨ ତାରିଖରେ ମୁହାଁମୁହିଁ ହେବେ । ଏହି ମ୍ୟାଚ ଶ୍ରୀଲଙ୍କାର କ୍ୟାଣ୍ଡିରେ ଖେଳାଯିବ । ଦ୍ୱିପ୍ରହର ୧.୩୦ରେ ମ୍ୟାଚ୍‌ ଆରମ୍ଭ ହେବ ।

ଏସିଆ କପ୍‌ ୨୦୨୩ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସେପ୍ଟେମ୍ବର ୨ ତାରିଖରେ ମ୍ୟାଚ ଖେଳାଯିବ । ଶ୍ରୀଲଙ୍କାର କ୍ୟାଣ୍ଡିରେ ଏହି ମ୍ୟାଚ୍‌ ଖେଳାଯିବ । ଏସିଆ କପ୍‌ ଟୁର୍ଣ୍ଣାମେଣ୍ଟର ସୂଚୀ ଆଜି ଅଫିସିଆଲ ଘୋଷଣା କରାଯିବ । ଏଥର ଟୁର୍ଣ୍ଣାମେଣ୍ଟର ଆୟୋଜନ ହାଇବ୍ରିଡ୍‌ ମଡେଲରେ ହେବ । ଟୁର୍ଣ୍ଣାମେଣ୍ଟରେ କିଛି ମ୍ୟାଚ ପାକିସ୍ତାନ ଆଉ କିଛି ମ୍ୟାଚ୍‌ ଶ୍ରୀଲଙ୍କାରେ ଖେଳାଯିବ । ଟୁର୍ଣ୍ଣାମେଣ୍ଟର ଆରମ୍ଭ ୩୧ ଅଗଷ୍ଟରୁ ହେବ ।

ଖବର ମୁତାବକ, ଭାରତ-ପାକିସ୍ତାନ ମଧ୍ୟରେ ସେପ୍ଟେମ୍ବର ୨ ତାରିଖରେ ମ୍ୟାଚ ଖେଳାଯିବ । ଏସିଆ କପ୍‌ ୨୦୨୩ ପ୍ରଥମ ମ୍ୟାଚ ପାକିସ୍ତାନର ମୁଲତାନରେ ଖେଳାଯିବ । ଫାଇନାଲ ମ୍ୟାଚ୍‌ ୧୭ ସେପ୍ଟେମ୍ବରରେ କଲୋମ୍ବୋରେ ଖେଳାଯିବ । ଟୁର୍ଣ୍ଣାମେଣ୍ଟରେ ମୋଟ ୧୩ଟି ମ୍ୟାଚ୍‌ ଖେଳାଯିବ । ଏସିଆ କପ୍‌ ମ୍ୟାଚ ଦ୍ୱିପ୍ରହର ୧.୩୦ ମିନିଟରେ ହେବ । ଟିମକୁ ଦୁଇଟି ଗ୍ରୁପରେ ବିଭକ୍ତ କରାଯାଇଛି । ଭାରତ, ପାକିସ୍ତାନ ଏବଂ ନେପାଳକୁ ଗ୍ରୁପ ଏରେ ରଖାଯାଇଛି । ସେହିପରି ଶ୍ରୀଲଙ୍କା, ବାଂଲାଦେଶ ଏବଂ ଆଫଗାନିସ୍ତାନକୁ ଗ୍ରୁପ ବିରେ ରଖାଯାଇଛି ।

ଚଳିତଥର ଏହି ଟୁର୍ଣ୍ଣାମେଣ୍ଟରେ ଦୁଇଟି ଟିମ୍‌ ଅତିକମରେ ପରସ୍ପର ସହିତ ୨ ଥର ସାମ୍ନାସାମ୍ନି ହେବେ । ଅଷ୍ଟ୍ରେଲିଆରେ ଖେଳାଯାଇଥିବା ଟି ୨୦ ବିଶ୍ୱକପ ୨୦୨୨ ପରେ ଏହା ପ୍ରଥମ ମ୍ୟାଚ୍‌ ହେବ, ଯେଉଁଥିରେ ଦୁଇଟି ଦେଶ ପରସ୍ପର ବିପକ୍ଷରେ ଖେଳିବ । ଗତଥର ଏସିଆ କପ୍‌ ଟି-୨୦ ଫର୍ମାଟରେ ଖେଳାଯାଇଥିଲା । ଏଥର କିନ୍ତୁ ଦିନିକିଆ ବିଶ୍ୱକପ ହେବା ଯୋଗୁଁ ଏସିଆ କଫ୍‌ ଦିନିକିଆ ଫର୍ମାଟରେ ଖେଳାଯିବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.