ଶ୍ୱଶୁର ଘର ଲୋକଙ୍କୁ ଆକ୍ରମଣ, ସ୍ତ୍ରୀ ଓ ଝିଅଙ୍କୁ ଅପହରଣ କଲା ଜ୍ୱାଇଁ

ଶ୍ୱଶୁର ଘର ଲୋକଙ୍କୁ ଆକ୍ରମଣ, ସ୍ତ୍ରୀ ଓ ଝିଅଙ୍କୁ ଅପହରଣ କଲା ଜ୍ୱାଇଁ। ବାଲେଶ୍ଵର ଜିଲ୍ଲା ସିଂଲା ଥାନା ଅନ୍ତର୍ଗତ ଆଳୁମେଦା ଗାଁରେ ଘଟିଛି ଘଟଣା। ଅଭିଯୋଗ ଅନୁଯାୟୀ, ଆଳୁମେଦା ଗାଁର ବ୍ରଜମୋହନ ମହାନ୍ତିଙ୍କ ଝିଅ ସୌମ୍ୟା ସୁଚୟତାଙ୍କ ସହ ରାଇପୁର ଗାଁର ଦେବେନ୍ଦ୍ର ସାହୁଙ୍କ ୮ ବର୍ଷ ପୂର୍ବେ ବିବାହ ହୋଇଥିଲା। ତେବେ ବାହାଘର ପରଠାରୁ ଶାଶୂଘର ଲୋକେ ସୁଚୟତାଙ୍କୁ ନିର୍ଯାତନା ଦେଇ ଆସୁଥିଲେ ।

ଜଳେଶ୍ୱର(କେନ୍ୟୁଜ୍‌): ଶ୍ୱଶୁର ଘର ଲୋକଙ୍କୁ ଆକ୍ରମଣ, ସ୍ତ୍ରୀ ଓ ଝିଅଙ୍କୁ ଅପହରଣ କଲା ଜ୍ୱାଇଁ। ବାଲେଶ୍ଵର ଜିଲ୍ଲା ସିଂଲା ଥାନା ଅନ୍ତର୍ଗତ ଆଳୁମେଦା ଗାଁରେ ଘଟିଛି ଘଟଣା। ଅଭିଯୋଗ ଅନୁଯାୟୀ, ଆଳୁମେଦା ଗାଁର ବ୍ରଜମୋହନ ମହାନ୍ତିଙ୍କ ଝିଅ ସୌମ୍ୟା ସୁଚୟତାଙ୍କ ସହ ରାଇପୁର ଗାଁର ଦେବେନ୍ଦ୍ର ସାହୁଙ୍କ ୮ ବର୍ଷ ପୂର୍ବେ ବିବାହ ହୋଇଥିଲା । ତେବେ ବାହାଘର ପରଠାରୁ ଶାଶୂଘର ଲୋକେ ସୁଚୟତାଙ୍କୁ ନିର୍ଯାତନା ଦେଇ ଆସୁଥିଲେ ।

ଏପରିକି ସ୍ୱାମୀ ଦେବେନ୍ଦ୍ର ନିଶାସକ୍ତ ଅବସ୍ଥାରେ ସ୍ତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ସହ ଜୀବନରୁ ମାରି ଦେବାକୁ ଉଦ୍ୟମ କରିଥିଲେ। ଫଳରେ ଜୀବନ ପ୍ରତି ବିପଦ ଥିବା ଆଶଙ୍କା କରି ଝିଅକୁ ଧରି ବାପଘରକୁ ପଳାଇ ଆସିଥିଲେ। ତେବେ ଗତକାଲି ବିଳମ୍ବିତ ରାତିରେ ଦେବେନ୍ଦ୍ର କିଛି ଅସାମାଜିକ ବ୍ୟକ୍ତିଙ୍କୁ ଧରି ଶ୍ୱଶୁର ଘରେ ପହଞ୍ଚିଥିଲେ। ପରିବାର ଲୋକଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିବା ସହ ସ୍ତ୍ରୀ ଓ ୮ ମାସର ଝିଅକୁ ଅପହରଣ କରିନେଇଥିବା ଅଭିଯୋଗ ହୋଇଛି ।

ଏନେଇ ପରିବାର ଲୋକେ ସିଂଲା ପୋଲିସକୁ ଖବର ଦେଇଥିଲେ। ପୋଲିସ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ସନ୍ଧାନ ମିଳିନି। ସୁରକ୍ଷିତ ଭାବେ ଝିଅ ଏବଂ ନାତୁଣୀକୁ ଫେରାଇ ଆଣିବାକୁ ନିବେଦନ କରିଛନ୍ତି ପରିବାର ଲୋକେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.