Below header

ଜୋର ଧରିଲା ମେଡିକାଲ କଲେଜ ଓ ହସ୍ପିଟାଲ ପ୍ରତିଷ୍ଠା ଦାବି, ମିଳିତ କ୍ରିୟାନୁଷ୍ଠାନ କମିଟିର ୧୨ ଘଣ୍ଟିଆ ଅବରୋଧ

କେନ୍ଦ୍ରାପଡାରେ ମେଡିକାଲ କଲେଜ ଦାବିରେ ଜୋର ଧରିଲା ଆନ୍ଦୋଳନ । ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ୧୨ ଘଣ୍ଟିଆ ଅର୍ଥନୈତିକ ଅବରୋଧ । ସକାଳ ୬ଟାରୁ କଟକ-ଚାନ୍ଦବାଲି ରାସ୍ତାର ଦୁହୁରିଆ ଛକ ଠାରେ ରାଜ୍ୟ ରାଜପଥ ଓ ଦୈତାରୀ- ପାରାଦୀପ୍ ଜାତୀୟ ରାଜପଥ ଅବରୋଧ କରାଯାଇଛି ।

କେନ୍ଦ୍ରାପଡା (କେନ୍ୟୁଜ); କେନ୍ଦ୍ରାପଡାରେ ମେଡିକାଲ କଲେଜ ଦାବିରେ ଜୋର ଧରିଲା ଆନ୍ଦୋଳନ । ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ୧୨ ଘଣ୍ଟିଆ ଅର୍ଥନୈତିକ ଅବରୋଧ । ସକାଳ ୬ଟାରୁ କଟକ-ଚାନ୍ଦବାଲି ରାସ୍ତାର ଦୁହୁରିଆ ଛକ ଠାରେ ରାଜ୍ୟ ରାଜପଥ ଓ ଦୈତାରୀ- ପାରାଦୀପ୍ ଜାତୀୟ ରାଜପଥ ଅବରୋଧ କରାଯାଇଛି ।

ଆନ୍ଦୋଳନକୁ କଂଗ୍ରେସ, ବିଜେପି, କମ୍ୟୁନିଷ୍ଟ ପାର୍ଟିର ସମର୍ଥନ କରୁଛନ୍ତି। ଦୀର୍ଘ ଦିନ ହେବ କେନ୍ଦ୍ରାପଡାରେ ମେଡିକାଲ କଲେଜ ସ୍ଥାପନ ପାଇଁ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆନ୍ଦୋଳନ ଜାରି ରହିଛି । ଆନ୍ଦୋଳନକାରୀମାନେ ରେଳରୋକ କରିବାର କାର୍ଯ୍ୟକ୍ରମ ରହିଛି । ଏହି ଦାବିରେ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସେପ୍ଟେମ୍ବର ୫ ତାରିଖରୁ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଜାରି ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.