Below header

ଆଇନଜୀବୀଙ୍କ ବିରୋଧରେ ଲାଗିଥିବା ମିଥ୍ୟା ମାମଲା ପ୍ରତ୍ୟାହାର ଦାବି: ୧୨ ଘଣ୍ଟିଆ ତାଳଚେର ଓ ପାଲଲହଡା ବନ୍ଦ

ତାଳଚେର(କେନ୍ୟୁଜ୍): ୧୨ ଘଣ୍ଟିଆ ତାଳଚେର ଓ ପାଲଲହଡା ବନ୍ଦ । ଆଇନଜୀବୀଙ୍କ ବିରୋଧରେ ଲାଗିଥିବା ମିଥ୍ୟା ମାମଲା ପ୍ରତ୍ୟାହାର ଦାବିରେ ତାଳଚେର ଓକିଲ ସଂଘ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି । କୋର୍ଟ CSI ଓକିଲ ସଂଘ ସଭାପତି ସନ୍ତୋଷ ସାହୁଙ୍କ ସମେତ ଆଉ କିଛି ଆଇନଜୀବୀଙ୍କ ନାଁରେ ଉଦ୍ଦେଶ୍ୟମୂଳକ ଭାବେ ଏକ ମିଥ୍ୟା ଅଭିଯୋଗ କରିଥିଲେ । ଏହାର ପ୍ରତିବାଦ କରି ୨୮ ତାରିଖରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯାଇଥିଲା ।

ଓକିଲଙ୍କ ନାଁରେ ମିଥ୍ୟା ମାମଲାକୁ ପ୍ରତ୍ୟାହାର ଓ ଘଟଣାରେ ସଂପୃକ୍ତ ପୋଲିସ ଅଧିକାରୀଙ୍କୁ ବନଳି ଦାବିରେ ବନ୍ଦ ଡାକରା ଦିଆଯାଇଛି । ଓକିଲଙ୍କ ଆନ୍ଦୋଳନ ଯୋଗୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଦାବି ପୂରଣ ନହେଲେ ଆଗକୁ ଆନ୍ଦୋଳନ ଜୋରଦାର କରାଯିବ ବୋଲି ଓକିଲ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.