Below header

ଢେଙ୍କାନାଳ: ବାଉଁଶକଣ ମାଟିଆ ସାହିରେ ଭୟାବହ ଅଗ୍ନିକାଣ୍ଡ, ଗାଁର ୩ଟି ପରିବାରର ୧୩ ବଖରା ଘର ସହ ଲକ୍ଷାଧିକ ଟଙ୍କାର ସଂପତ୍ତି ପୋଡି ପାଉଁଶ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ବାଉଁଶକଣ ମାଟିଆ ସାହିରେ ଭୟାବହ ଅଗ୍ନିକାଣ୍ଡ । ଗାଁର ୩ଟି ପରିବାରର ୧୩ ବଖରା ଘର ସହ ଲକ୍ଷାଧିକ ଟଙ୍କାର ସଂପତ୍ତି ପୋଡି ପାଉଁଶ ହୋଇଯାଇଛି। ଗାଁର ଧନୁ ପଧାନଙ୍କର ଦୁଇ ବଖରା, ଶରତ ପଧାନଙ୍କର ଦୁଇ ବଖରା,କାର୍ତ୍ତିକ ପଧାନଙ୍କର  ତିନି ବଖରା, ନାରାୟଣ ପଧାନଙ୍କର ୪ ବଖରା ଘର ପୋଡି ଭସ୍ମୀଭୂତ ହୋଇଯାଇଛି। ଘଟଣାସ୍ଥଳରେ ଭୁବନ ଅଗ୍ନିଶମ ବିଭାଗ ପହଁଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡିନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.