Below header

କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଭଦ୍ରକ ଆରଡ଼ି ଆଖଣ୍ଡଳମଣୀ ପୀଠରେ ୧୪୪ ଧାରା ଜାରି

ଭଦ୍ରକ(କେନ୍ଯୁଜ୍): କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଭଦ୍ରକ ଆରଡ଼ି ଆଖଣ୍ଡଳମଣୀ ପୀଠରେ ୧୪୪ ଧାରା ଜାରି । ଆଜି ସକାଳ ୮ଟାରୁ ଆସନ୍ତାକାଲି ରାତି ୮ଟା ପର୍ଯ୍ୟନ୍ତ ୧୪୪ ଧାରା ଜାରି କରିଛି ଜିଲ୍ଲା ପ୍ରଶାସନ। ଏହି ସମୟ ଭିତରେ ବାବାଙ୍କ ନିତିକାନ୍ତି ହେବ ବୋଲି ସର୍ବସାଧାରଣ ଦର୍ଶନ ବନ୍ଦ ରହିଛି।

ଏହା ସହ କାର୍ତ୍ତିକ ପୂର୍ଣ୍ଣିମା ଦିନ ସ୍ଥାନୀୟ ଶିବଗଙ୍ଗା ପୁଷ୍କରିଣୀରେ ବୋଇତ ବନ୍ଦାଣ ହେବ ନାହିଁ କି ଭକ୍ତମାନେ ବାବାଙ୍କ ଅପୂର୍ବ ହରଗୌରୀ ବେଶ ଦର୍ଶନ କରିପାରିବେନି । ଆଜିଠାରୁ ଶନିବାର ପର୍ଯ୍ୟନ୍ତ ବାବାଙ୍କ ଦର୍ଶନରୁ ବଞ୍ଚିତ ରହିବେ ଭକ୍ତ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.