Below header

ବିଦ୍ୟୁତ୍‌ ସଂଯୋଗ ନଥାଇ ବିଲ୍‌ ! କପ୍ତିପଦା-ଠାକୁରମୁଣ୍ଡା ରାସ୍ତା ଅବରୋଧ କଲେ ଗ୍ରାମବାସୀ

ଉଦଳା(କେନ୍ଯୁଜ୍): ବିଦ୍ୟୁତ୍‌ ସଂଯୋଗ ନଥାଇ ବିଲ୍‌। ମୟୁରଭଞ୍ଜ କପ୍ତିପଦା ଥାନା ସାଗରସାହି ବାସିନ୍ଦା ବାରମ୍ବାର ଗାଁକୁ ବିଦ୍ୟୁତ୍‌ ସଂଯୋଗ ଦାବି କରୁଥିଲେ ମଧ୍ୟ ସମାଧାନ ହୋଇନାହିଁ। ଶେଷରେ ବାଧ୍ୟହୋଇ ରାସ୍ତାକୁ ଓହ୍ଲାଇଛନ୍ତି ଗ୍ରାମବାସୀ। । କପ୍ତିପଦା-ଠାକୁରମୁଣ୍ଡା ରାସ୍ତା ଅବରୋଧ କରିଛନ୍ତି।

ଫଳରେ କପ୍ତିପଦା-ଠାକୁରମୁଣ୍ଡା ଓ କରଞ୍ଜିଆ ମଧ୍ୟରେ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଖବରପାଇ କପ୍ତିପଦା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି। ତେବେ ଗାଁକୁ ବିଦ୍ୟୁତ୍‌ ସଂଯୋଗ ହୋଇନଥିବାବେଳେ ଲୋକଙ୍କ ଘରେ ମିଟର ଲାଗିଛି। ଆଉ ହିତାଧିକାରୀଙ୍କ ନାଁରେ ଆସୁଛି ମୋଟ ଅଙ୍କର ବିଲ୍‌।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.