Below header

ଯାଜପୁରର ଡଙ୍କାରୀ ପାହାଡରେ ଜିଲ୍ଲା ପ୍ରଶାସନର ଚଢାଉ, ଅଞ୍ଚଳରେ ୧୪୪ ଧାରା ଜାରି

ଯାଜପୁର(କେନ୍ଯୁଜ୍) : ଯାଜପୁରର ବହୁଚର୍ଚ୍ଚିତ ଡଙ୍କାରୀ ପାହାଡରେ ଜିଲ୍ଲା ପ୍ରଶାସନର ଚଢାଉ । ବେଆଇନ ଭାବେ ଚାଲିଥିବା ଖାଦାନକୁ ସିଲ୍‌ କରିଛି ଜିଲ୍ଲା ପ୍ରଶାସନ । ଏହା ସହ ନାଲି ପତାକା ଲଗାଯାଇଛି । ୪ଟି ଖାଦାନର ଲିଜ୍‌କୁ ବାତିଲ କରିଛି ପ୍ରଶାସନ । ସଂଲଗ୍ନ କ୍ରସର ୟୁନିଟ୍‌କୁ ମଧ୍ୟ ସିଲ୍‌ କରାଯାଇଛି । ସଂପୃକ୍ତ ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଛି ।

ଅନେକ ସମୟରେ ପ୍ରଶାସନ ପକ୍ଷରୁ ଚଢାଉ କରାଯାଇଥିଲା । ଏହାକୁ ବେଖାତିର କରି ମାଫିଆମାନେ ଖଣି ଖଣିଜ ଦ୍ରବ୍ୟ ଉତ୍ତୋଳନ କରୁଥିଲେ । ନିକଟରେ ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲ ଏହି ବେଆଇନ୍‌ କାରବାରକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି ଚଢାଉରେ ଜିଲ୍ଲାପାଳ, ଏସ୍‌ପି ଓ ବିଭିନ୍ନ ବିଭାଗର ଅଧିକାରୀ ସାମିଲ ହୋଇଥିଲେ । ଏହା ସହ ତିନି ପ୍ଲାଟୁନ୍‌ ଫୋର୍ସ ମୁତୟନ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.