Below header

ଭୋକିଲା ଭାରତ, ଗତବର୍ଷ ଅପେକ୍ଷା ବଢ଼ିଲା ଭୋକିଲାଙ୍କ ସଂଖ୍ଯା

ନୂଆଦିଲ୍ଲୀ : ଭାରତରେ ବଢୁଛନ୍ତି ଭୋକିଲା । ଗତବର୍ଷ ଅପେକ୍ଷା ଏବର୍ଷ ଦେଶରେ ଭୋକିଲାଙ୍କ ସଂଖ୍ୟା ଅଧିକ । ଗ୍ଲୋବାଲ୍‌ ହଙ୍ଗର ଇଣ୍ଡେକ୍ସକୁ ଏକଥା ସୃଷ୍ଟ ହୋଇଛି । ନିକଟରେ ଆସିଛି ବର୍ଷ ୨୦୧୮ ପାଇଁ ଗ୍ଲୋବାଲ୍‌ ହଙ୍ଗର ଇଣ୍ଡେକ୍ସ ।

ଏଥିରେ ଭାରତର ସ୍ଥାନ ରହିଛି ୧୦୩ । ଗତବର୍ଷ ଗ୍ଲୋବାଲ୍‌ ହଙ୍ଗର ଇଣ୍ଡେକ୍ସରେ ଭାରତର ସ୍ଥାନ ଥିଲା ଶହେ । ଚଳିତବର୍ଷ ୩ଟି ସ୍ଥାନ ତଳକୁ ଖସିଛି । ମୋଟ୍‌ ୧୧୯ଟି ଦେଶକୁ ନେଇ ସର୍ଭେ କରାଯାଇଥିଲା । ସବୁଠୁ ବଡ଼ କଥା ହେଲା ବାଲାଂଦେଶ ଓ ନେପାଳ ଭଳି ଦେଶଠାରୁ ବି ପଛରେ ରହିଛି ଭାରତ । ବାଲାଂଦେଶର ର‍୍ୟାଙ୍କ ୮୬ ଥିବା ବେଳେ ନେପାଳ ୭୨ତମ ସ୍ଥାନରେ ରହିଛି । ତେବେ ପାକିସ୍ତାନଠାରୁ ଆଗରେ ରହିଛି । ପାକିସ୍ତାନର ର‍୍ୟାଙ୍କ ରହିଛି ୧୦୬ । ପ୍ରଥମ ସ୍ଥାନ ଅଧିକାର କରିଛି ବେଲାରୁଷ୍‌ ।

global

ଦ୍ୱିତୀୟ ସ୍ଥାନରେ କ୍ୟୁବା, ଏଷ୍ଟୋନିଆ ତୃତୀୟ, କ୍ୱେତ୍‌ ଚତୁର୍ଥ ଓ ପଞ୍ଚମ ସ୍ଥାନରେ ରହିଛି ଲାଟିଭିଆ । ଗ୍ଲୋବାଲ୍‌ ହଙ୍ଗର ଇଣ୍ଡେକ୍ସ ଆସିବା ପରେ ଭାରତରେ ଭୋକିଲାଙ୍କ ସ୍ଥିତି ଉଦବେଗଜନକ ଥିବା କୁହାଯାଉଛି । ଗୋଟିଏ ପଟେ ବିକାଶ କ୍ଷେତ୍ରରେ ଭାରତର ଦ୍ରୁତ ଅଭିବୃଦ୍ଧି ଘଟୁଥିବା ବେଳେ ଏହି ରିପୋର୍ଟ ଆସିବା ପରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ । ରିପୋର୍ଟ ଅନୁସାରେ, ବିଶ୍ୱରେ ୬ କୋଟି ୮୦ ଲକ୍ଷ ଲୋକ ଶରଣାର୍ଥୀ କ୍ୟାମ୍ପରେ ରହୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.